ଆଣ୍ଠୁରେ ଯନ୍ତ୍ରଣା, ୧୦ ଓଭର ବ୍ୟାଟିଂ କରିବା କଷ୍ଟକର....ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏମିତି କହିଲେ କୋଚ୍

Published By : Prameya-News7 Bureau | March 31, 2025 IST

ମୁମ୍ୱାଇ ୩୧/୦୩: ଆଇପିଏଲ ୨୦୨୫ ହେଉଛି ରୋମାଞ୍ଚକର । ସବୁଠୁ ଶକ୍ତିଶାଳୀ ଟିମ୍ ବି ମାତ୍ ଖାଉଛି । କ୍ଷଣିକରେ ପଲଟିଯାଉଛି ବାଜି । ତେବେ ଏଥର ଆଇପିଏଲରେ ସବୁଠୁ ଅଧିକ ଚର୍ଚ୍ଚା କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ । ଖାସ୍ କରି ତାଙ୍କ ବ୍ୟାଟିଂ ଅର୍ଡରକୁ ନେଇ । 

ଧୋନୀ କାହିଁକି ୯ ଡାଉନ୍‌ରେ ବ୍ୟାଟିଂ କରିବାକୁ ଆସୁଛନ୍ତି ସେନେଇ ପ୍ରବଳ ଚର୍ଚ୍ଚା ହେଉଛି । ପୂର୍ବତନ କ୍ରିକେଟର ସମାଲୋଚନା କରିବାକୁ ବି ପଛାୁ ନାହାଁନ୍ତି । ଧୋନୀଙ୍କ ବ୍ୟାଟିଂ କ୍ରମ ଏବେ ପ୍ରଶ୍ନ ଘେରରେ । ଲାଗୁଛି ଯେମିତି ସିଏସକେ ଜୋର ଜବରଦସ୍ତ ଧୋନୀଙ୍କୁ ଖେଳାଯାଉଛି, ଆଉ ଦରକାର ସମୟରେ ଧୋନୀ ବ୍ୟାଟିଂ କରିବାକୁ ଆସୁନାହାନ୍ତି।


ପୂର୍ବରୁ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଧୋନୀ ୭ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । ତେବେ ଟିମ ମ୍ୟାନେଜମେଂଣ୍ଟର ଏହି ନିଷ୍ପତ୍ତିକୁ ପୂର୍ବତନ କ୍ରିକେଟର ସମାଲୋଚନା କରିଛନ୍ତି। ସେପଟେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ସିଏସକେ କୋଚ୍ ଷ୍ଟିଫେନ ଫ୍ଲେମିଙ୍ଗ । ସେ କହିଛନ୍ତି ,ଧୋନୀ ୧୦ଓଭର ବ୍ୟାଟିଂ କରିପାରିବେନି କାରଣ ଧୋନୀଙ୍କ ଆଣ୍ଠୁରେ ସମସ୍ୟା ଅଛି । 

ଧୋନୀ ମ୍ୟାଚର ସିଚୁଏସନ ଅନୁସାରେ ବ୍ୟାଟିଂ କ୍ରମ ନିଜେ ବାଛିଥାନ୍ତି । କୋଚ ପ୍ରେସମିଟରେ କହିଛନ୍ତି ,ଧୋନୀ ଟିମର ମାର୍ଗଦଶକ ସହ ଭଲ ୱିକେଟ କିପର ହେଲେ ବ୍ୟାଟିଂ ଡାଭନ ଚେଂଜ କରିବା ଟିମ ପାଇଁ ଭଲ ନୁହେଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.