ଡେବ୍ୟୁ ମ୍ୟାଚ୍‌ରେ ଚମକିଲେ ନୂଆ ତାରକା, ଅଶ୍ୱିନୀଙ୍କ ଘାତକ ବୋଲିଂରେ ମାଟି କାମୁଡିଲେ ସିନିୟର

Published By : Prameya-News7 Bureau | April 01, 2025 IST

ମୁମ୍ୱାଇ ୦୧/୦୪: ମୁମ୍ବାଇ ଇଣ୍ଡିଆନ୍ସର ଆଉ ଜଣେ ବିସ୍ମୟ ହେଉଛନ୍ତି ଅଶ୍ୱିନୀ କୁମାର । ଘରୋଇ କ୍ରିକେଟରେ ସେମିତି ବିଶେଷ ଅଭିଜ୍ଞତା ନାହିଁ । ପଞ୍ଜାବ ଦଳରୁ ପ୍ରତିନିଧିତ୍ୱ କରି ଘରୋଇ କ୍ରିକେଟ୍‌ରେ ୨ଟି ରଣଜୀ, ୪ଟି ଲିଷ୍ଟ୍‌ ଏ’ ଏବଂ ୫ଟି-ଟ୍ୱେଣ୍ଟି ଖେଳିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଗତ ନିଲାମୀରେ ୩୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ପୂର୍ବ ଦୁଇ ମ୍ୟାଚ୍‌ରେ ଅଶ୍ୱନୀ ଖେଳିବାର ସୁଯୋଗ ପାଇନଥିଲେ । 

ହଠାତ କୋଲକାତା ବିପକ୍ଷରେ ଅଧିନାୟକ ପାଣ୍ଡ୍ୟା ତାଙ୍କୁ ଦଳରେ ସାମିଲ କରିଥିଲେ । ପଦାର୍ପଣରେ ହିଁ ଘାତକ ବୋଲିଂ କଲେ ୨୩ ବର୍ଷୀୟ ବାମହାତୀ ପେସର ଅଶ୍ୱନୀ । ମାତ୍ର ୨୪ ରନ୍‌ ଦେଇ ସେ ନେଇଥିଲେ ୪ଟି ୱିକେଟ୍‌ । ନିଜ ପ୍ରଥମ ଓଭରର ପ୍ରଥମ ବଲରେ ହିଁ ପାଇଥିଲେ ୱିକେଟ୍‌ । ମୁମ୍ବାଇ ଏହି ମ୍ୟାଚ୍‌ ୮ ୱିକେଟ୍‌ରେ ବିଜୟୀ ହେଲା ଏବଂ ସେ ହେଲେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ । ଅଶ୍ୱିନୀଙ୍କ ଘର ପଞ୍ଜାବ । ସେ କହିଛନ୍ତି, ‘ମୁଁ ଯେତେବେଳେ ଜାଣିଲି କୋଲକାତା ବିପକ୍ଷରେ ଖେଳିବି, ଖୁସିରେ ବିଭୋର ହୋଇପଡ଼ିଥିଲି । 

ମଧ୍ୟାହ୍ନଭୋଜନ କରିନଥିଲି । କେବଳ ଗୋଟିଏ କଦଳୀ ଖାଇ ରହିଥିଲି । ମୋ ପରିବାର ଏବଂ ମୋର ଗାଁ ଲୋକ ଆଇପିଏଲରେ ମୋର ପଦାର୍ପଣକୁ ଅପେକ୍ଷା କରି ରହିଥିଲେ । ଭଗବାନଙ୍କ କୃପାରୁ ପଦାର୍ପଣରେ ଭଲ ପ୍ରଦର୍ଶନ କରିପାରିଛି । ମ୍ୟାଚ୍‌ ଶେଷ ହେବା ପରେ ଘର ଲୋକଙ୍କ ସହ କଥା ହେବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.