ଅଶ୍ବନୀ କୁମାରଙ୍କ ପେସ୍‌ରେ ଘାଇଲା କେକେଆର; ମୁମ୍ବାଇ ସାମ୍ନାରେ ୧୧୭ର ବିଜୟ ଲକ୍ଷ୍ୟ

Published By : Prameya-News7 Bureau | March 31, 2025 IST

ମୁମ୍ବାଇ: ଆଇପିଏଲ ୨୦୨୫ ମହାସମର । ଓ୍ବାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ । ୧୨ତମ ମ୍ୟାଚରେ କେକେଆରକୁ ଚକମା ଦେଇଛି ଏମଆଇ । ଯୁବ ବୋଲର ଅଶ୍ବନୀ କୁମାରଙ୍କ ଘାତକ ବୋଲିଂରେ ମାଟି କାମୁଡିଛନ୍ତି ନାଇଟ୍ ରାଇଡର୍ସର ବ୍ୟାଟର । ଆଇପିଏଲ ଡେବ୍ୟୁ ମ୍ୟାଚରେ ସେ ୪ଟି ଓ୍ବିକେଟ୍ ନେଇଛନ୍ତି । ସେପଟେ ରାହାଣେଙ୍କ କୋଲକାତା ଟିମ୍ ନିର୍ଦ୍ଧାରିତ କୋଡ଼ିଏ ଓଭରେ ମାତ୍ର ୧୧୬ ରନ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ଆଗରେ ବିଜୟ ଲକ୍ଷ୍ୟ ୧୧୭ ରନ ରହିଛି । କୋଲକାତା ପକ୍ଷରୁ ରଘୁବଂଶୀ ସର୍ବାଧିକ ୨୬ ରନ୍ କରିଛନ୍ତି । 

ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ଜାରି ରହିଛି । ଏମଆଇ ଟସ୍ ଜିତି ବ୍ୟାଟିଂ ପାଇଁ ପ୍ରଥମେ କେକେଆରକୁ ଆମନ୍ତ୍ରଣ କରିଥିଲା । ପଡିଆକୁ ଓହ୍ଲାଇଥିଲେ ଦୁଇ ଦକ୍ଷ ଓପନର ସୁନିଲ୍ ନାରିନ୍ ଓ କ୍ବିଣ୍ଟନ ଡି କକ୍‌ । ହେଲେ ପୂର୍ବରୁ ଦୁଇଟି ମ୍ୟାଚ ହାରିଥିବା ମୁମ୍ବାଇ ଆରମ୍ଭରୁ ଆକ୍ରମଣ କରିଥିଲା । ପ୍ରଥମ ଓଭରରେ ପ୍ରାରମ୍ଭିକ ଝଟକା ଦେଇଥିଲେ ଟ୍ୟାଲେଣ୍ଟେଡ୍ ଟେଣ୍ଟ ବୋଲ୍ଟ । ସେ ସୁନିଲ୍ ନାରିନଙ୍କୁ ଶିକାର କରିଥିଲେ । ପରେ ଦୀପକ ଚହର କ୍ବିଣ୍ଟନ ଡି କକ୍‌ଙ୍କୁ ଆଉଟ୍ କରି କେକେଆରକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲେ । ଏହା ପରେ ମୁମ୍ବାଇର ଡେବ୍ୟୁ ବୋଲରଙ୍କ ଯାଦୁ ଆରମ୍ଭ ହୋଇଥିଲା । ଅଧିନାୟକ ଆଜଙ୍କ୍ୟା ରାହାଣେଙ୍କୁ ଆଉଟ୍ କରି କେକେଆର ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ ପେସ୍ ବୋଲର ଅଶ୍ବନୀ କୁମାର । ଗୋଟିଏ ପରେ ଗୋଟିଏ ୪ଟି ଓ୍ବିକେଟ୍ ସେ ନେଇଥିଲେ । ଫଳରେ କୋଲକାତା କୋଡିଏ ଓଭରରେ ମାତ୍ର ୧୧୬ ରନ କରିବାକୁ ସକ୍ଷମ ହୋଇଥିଲା । କେକେଆର ପକ୍ଷରୁ ରଘୁବଂଶୀ ସର୍ବାଧିକ ୨୬ ରନ୍ କରିଛନ୍ତି । ଏପଟେ ମୁମ୍ବାଇରୁ ଅଶ୍ବନୀ କୁମାର ସର୍ବାଧିକ ୪ଟି ଓ୍ବିକେଟ୍ ନେଇଥିବା ବେଳେ ଦୀପକ ଚହର ୨ଟି ଓ୍ବିକେଟ୍ ନେଇଛନ୍ତି । 

ଚଳିତ ସିଜିନରେ ପ୍ରଥମରୁ ଦୁଇଟି ମ୍ୟାଚ୍ ହାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ବପୂର୍ଣ୍ଣ । ତେବେ ଦଳ ସାମ୍ନାରେ କମ୍ ରନ୍‌ର ଟାର୍ଗେଟ୍ ରହିଥିବାରୁ ମ୍ୟାଚକୁ ସହଜରେ ଜିତି ପଏଣ୍ଟ ଟେବୁଲରେ ବିଜୟ ଖାତା ଖୋଲିବାକୁ ପ୍ରୟାସ କରିବ ଏମଆଇ ।    

  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.