ନୂଆଦିଲ୍ଲୀ: ଆଇପିଏଲ ମହାସମର ୨୦୨୫ । ୧୧ତମ ମ୍ୟାଚରେ ପ୍ରାରମ୍ଭିକ ଝଟକା ସତ୍ତ୍ବେ ନିର୍ଦ୍ଧାରିତ ୨୦ ଓଭରରେ ୧୮୨ ରନ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ । ଚେନ୍ନାଇ ସୁପର କିଙ୍ଗସ ସାମ୍ନାରେ ୧୮୩ ରନ୍ର ବିଜୟ ଲକ୍ଷ୍ୟ ରହିଛି । ପୂର୍ବ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ପରାସ୍ତ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ ଆଜିର ମ୍ୟାଚ ଜତିବା ଲକ୍ଷ୍ୟରେ ରହିଛି । ହେଲେ ସିଏସକେ ପାଇଁ ଏହି ମ୍ୟାତ୍ ଜିତିବା ଏତେ ସହଜ ହେବ ନାହିଁ । କାରଣ ୨୦୧୯ ଆଇପିଏଲ ପରେ ଚେନ୍ନାଇ ଟିମ୍ କେବେ ବି ୧୮୦ ରନ୍ ଚେଜ୍ କରି ଜିତିନାହିଁ ।
ସୁପର ସନଡେ’ରେ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ । ଆସାମ ଗ୍ବୌହାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ସିଏସକେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ରାଜସ୍ଥାନକୁ ଆମନ୍ତ୍ରଣ କରିଥିଲା । ଟିମ୍ ରିୟାନ ପରାଗ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଛି । ସିଏସଏକ ସାମ୍ନାରେ ୧୮୩ ରନ ଟାର୍ଗେଟ୍ ରହିଛି । ପ୍ରାରମ୍ଭିତ ଝଟକା ଲାଗିଥିଲେ ମଧ୍ୟ ଦ୍ବିତୀୟ ଓ୍ବିକେଟ ଜବରଦସ୍ତ ଇନିଂସ ଖେଳିଛନ୍ତି ନୀତିଶ ରାଣା । ସେ ମାତ୍ର ୩୬ ବଲରେ ୮୧ ରନ ସଂଗ୍ରହ କରିଥିଲେ । ଏଥିରେ ୧୦ ଚୌକା ଓ ୫ଟି ଛକା ରହିଛି । ସେହିପରି ଚେନ୍ନାଇ ପକ୍ଷରୁ ଖଲିଲ୍ ଅହମ୍ମଦ, ନୁର ଅହମ୍ମଦ ଓ ପଥିରାଣା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।