ସରକାର ଅଶୋଧିତ ତୈଳ ଉପରୁ ହଟାଇଲେ ୱିଣ୍ଡଫଲ ଟ୍ୟାକ୍ସ, ବଢିଲା ଡିଜେଲ ଓ ଏଟିଏଫ ଶୁଳ୍କ

Published By : Prameya-News7 Bureau | September 02, 2023 IST

ନୂଆଦିଲ୍ଲୀ ୨।୯: କେନ୍ଦ୍ର ସରକାର ଅଶୋଧିତ ତୈଳ ଉପରେ ଲାଗୁ ହେଉଥିବା ୱିଣ୍ଡଫଲ ଟ୍ୟାକ୍ସ ହ୍ରାସ କରି ଟନ୍ ପିଛା ୬ ହଜାର ୭୦୦ ଟଙ୍କା କରିଦେଇଛନ୍ତି । ଏହି ନୂଆ ଶୁଳ୍କହାର ଦେଶରେ ୨ ସେପ୍ଟେମ୍ବର ଶନିବାର ଲାଗୁ ହୋଇଛି। ଏହା ପୂର୍ବରୁ ଅଗଷ୍ଟ ୧୪ ତାରିଖ ଦିନ ସରକାର ଘରୋଇ ଅଶୋଧିତ ପେଟ୍ରୋଲିୟମ ଉପରେ ଟନ୍ ପିଛା ୭,୧୦୦ ଟଙ୍କା ୱିଣ୍ଡଫଲ ଟ୍ୟାକ୍ସ ଲାଗୁ କରିଥିଲେ।

{"id":839346,"width":838,"height":471,"sizeSlug":"full","linkDestination":"none"}

ଏ ନେଇ ସରକାରଙ୍କ ପକ୍ଷରୁ ଜାରି ଅଧିସୂଚନାରେ କେନ୍ଦ୍ର ସରକାର ଡିଜେଲ ରପ୍ତାନୀ ଉପରେ ଏ ପର୍ଯ୍ୟନ୍ଚ ଦେବାକୁ ପଡୁଥିବା ଲିଟର ପିଛା ୫ଟଙ୍କା ୫୦ ପଇସା ଟ୍ୟାକ୍ସ କୁ ବଢାଇ ୬ଟଙ୍କା କରି ଦେଇଛନ୍ତି। ସେହିପରି ଜେଟ୍ ଫୁଏଲ ବା ଏଟିଏଫ ଶୁଳ୍କରେ ୨ ଗୁଣା ବୃଦ୍ଧି କରିଛନ୍ତି। ତେବେ ସରକାର କହିଛନ୍ତି ଯେ ଏବେ ପେଟ୍ରୋଲ ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ। କେନ୍ଦ୍ର ସରକାର ପ୍ରଥମ ଥର ୧ ଜୁଲାଇ ୨୦୨୨ରେ ଅଶୋଧିତ ତୈଳ ଉତ୍ପାଦନ ଓ ପେଟ୍ରୋଲିୟମ ପ୍ରଡକ୍ଟର  ରପ୍ତାନୀ ଉପରେ  ଏସଏଇଡି ଲଗାଇଥିଲେ। ଏହି ଶୁଳ୍କ ଯୋଗୁ ୨୦୨୩ ଆର୍ଥିକ ବର୍ଷରେ ସରକାରଙ୍କ ଆୟ ପାଖାପାଖି ୪୦, ୦୦୦ କୋଟି ଟଙ୍କା ହୋଇଥିବାର ଅନୁମାନ କରାଯାଉଛି।

{"id":839347,"sizeSlug":"full","linkDestination":"none"}

ଜାଣନ୍ତୁ ୱିଣ୍ଡଫଲ ଟ୍ୟାକ୍ସ କ’ଣ?
ଭାରତରେ ମାଟି ତଳୁ ଓ ସମୁଦ୍ର ତଳୁ ଅଶୋଧିତ ତୈଳ ଉତ୍ତୋଳନ କରି ରିଫାଇନ କରାଯାଇଥାଏ। ଏଥିରୁ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ପ୍ରସ୍ତୁତ ହୋଇଥାଏ। ଏହା ପରେ ସରକାର ଏହାକୁ ଅନ୍ୟ ଦେଶକୁ ରପ୍ତାନୀ ମଧ୍ୟ କରିଥାନ୍ତି। ଏହି ରପ୍ତାନୀ ଉପରେ ସରକାର ଏକ ଶୁଳ୍କ ଧାର୍ଯ୍ୟ କରିଛନ୍ତି ଯାହାକୁ ୱିଣ୍ଡଫଲ ଟ୍ୟାକ୍ସ ବୋଲି କୁହାଯାଉଛି। ଭାରତରେ ପ୍ରଥମ ଥର ଗତବର୍ଷ ଜୁଲାଇ ୧ ତାରିଖରେ ଏହି ଶୁଳ୍କର ପ୍ରାବଧାନ ହୋଇଥିଲା। ଏହି ଶୁଳ୍କ ଲାଗୁ ସହ ଭାରତ ସେହି ଦେଶଙ୍କ ସୂଚୀରେ ନିଜକୁ ସ୍ଥାନିତ କରିଥିଲା ଯେଉଁ ଦେଶମାନେ ଇନ୍ଧନ କମ୍ପାନୀଙ୍କ ଉପରେ ଶୁଳ୍କ ଲାଗୁ କରନ୍ତି। ସେତେବେଳେ ପେଟ୍ରୋଲ ଓ ଏଟିଏଫ ଉପରେ ୬ ଟଙ୍କା ପ୍ରତି ଲିଟର ଅର୍ଥାତ ୧୨ ଡଲାର ପ୍ରତି ବ୍ୟାରଲ ଶୁଳ୍କ ଲାଗୁ ହେଉଥିଲା। ସେହିପରି ଡିଜେଲ ଉପରେ ୧୩ ଟଙ୍କା ପ୍ରତି ଲିଟକର ଓ ବାରପିଛା ୨୬ ଡଲାର ଆଦାୟ ହେଉଥିଲା।

ଉତ୍ସବ ଋତୁରେ ମହଙ୍ଗା ହେବ ବିମାନ ଯାତ୍ରା! ATF ଦରରେ ୧୮% ବୃଦ୍ଧି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.