ଭୁବନେଶ୍ବର ୩୦।୧୦: ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଯାତ୍ରାରେ ଅଶ୍ଲୀଳ ନୃତ୍ୟ ନେଇ ଚର୍ଚ୍ଚା ହେଉଛି । ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ । ଯାତ୍ରା ମାଲିକ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ ଯେ ଯାତ୍ରାରେ ଅଶ୍ଲୀଳତା ଯେମିତି ରହିବ ନାହିଁ । ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି । ବାର୍ ଡାନ୍ସ ବି ଓଡ଼ିଆ ସଂସ୍କୃତି ବିରୋଧୀ । ସେଥିପାଇଁ ସରକାର ନିୟମ ଆଣିବେ । ବାର୍ରେ କେବଳ ଅକ୍ରେଷ୍ଟ୍ରା ଗୀତ ସଙ୍ଗୀତ ପରିବେଷଣ ହେବ I ଯାତ୍ରା ମାଲିକ ମାନଙ୍କୁ ଅନୁରୋଧ ଏ ଘଟଣାରେ ଚିନ୍ତା କରି ଖୁବଶୀଘ୍ର ନିଷ୍ପତ୍ତି ନିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read: