ମାଲକାନଗିରି ୩୧।୧୦ : ମାଲକାନଗିରି ଜିଲ୍ଲା ମୋଟୁ ଥାନା କତାବାଞ୍ଜିଗୁଡ଼ା ଗାଁରେ ଅଘଟଣ । ଜମିବାଡି ବିବାଦକୁ ନେଇ ବିଭତ୍ସ ହତ୍ୟା । ଶାବଳରେ ପିଟି ପିଟି ଦାନା ଭିମା ମାଡିକୁ ହତ୍ୟା କରିଛି ପୁତୁରା ଲାଛା ମାଡି । ମୋଟୁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବୁଧବାର ସଂଧ୍ୟାରେ ଦାଦା ଭିମା ମାଡ଼ି ଜମିରୁ କାମ କରି ଫେରୁଥିଲେ । ଏହି ସମୟରେ ପୂର୍ବରୁ ଲାଗି ରହିଥିବା ଜମି ବାଡି ବିବାଦକୁ ନେଇ ରାଗି ଥିବା ପୁତୁରା ଶାବଳ ଆଣି ଦାଦାଙ୍କୁ ଆକ୍ରମଣ କରିଥିଲା । ଯେଉଁଥିରେ ଦାଦା ଲାଚ୍ଛା ମାଡିଙ୍କର ମୃତ୍ୟୁ ହୋଇଯାଇଛି । ସେପଟେ ହତ୍ୟା ସଂପର୍କରେ ଖବର ପାଇ ପୁରା ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହାସହିତ ମୋଟୁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ବାକି ଏହାସହିତ ଅଧିକ ତଦନ୍ତ ଲାଗି କୋରାପୁଟର ଏକ ସାଇଣ୍ଟିଫିକ୍ ଟିମ୍କୁ ଖବର ଦିଆଯାଇଛି । ଟିମ୍ ଆସିବା ପରେ ତଦନ୍ତକୁ ତ୍ୱାରାନିତ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ ।