କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶେଷ କଲେ ୱିଣ୍ଡ୍‌ଫଲ୍ ଟ୍ୟାକ୍ସ; ତେଲ କମ୍ପାନିଗୁଡ଼ିକ ହେବେ ଉପକୃତ

Published By : Prameya-News7 Bureau | December 02, 2024 IST

ନୂଆଦିଲ୍ଲୀ: ତେଲ କମ୍ପାନିଗୁଡ଼ିକୁ ବଡ଼ ଆଶ୍ୱସ୍ତି । ଭାରତ ସରକାରଙ୍କ ନିଷ୍ପତ୍ତିରେ ତେଲ କମ୍ପାନିଗୁଡ଼ିକ ପାଇଁ ଖୁସି ଖବର ଆସୁଥିବା ନଜର ଆସୁଛି । ଭାରତ ସରକାର ୱିଣ୍ଡ୍‌ଫଲ୍ ଟ୍ୟାକ୍ସ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପ ପରେ ଓଏନଜିସି (ONGC), ଅୟଲ ଇଣ୍ଡିଆ ଏବଂ ରିଲାଏନ୍ସ ପରି କମ୍ପାନିଗୁଡ଼ିକୁ ବଡ଼ ଆଶ୍ୱସ୍ତି ମିଳିପାରେ । ଅଶୋଧିତ ତୈଳ ଉପରୁ ୱିଣ୍ଡ୍‌ଫଲ୍ ଟ୍ୟାକ୍ସ ଏବଂ ସେସ୍‌ ହଟାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହ ସରକାର ଏଟିଏଫ୍, ପେଟ୍ରୋଲ୍, ଡିଜେଲ୍ ରପ୍ତାନୀରୁ ସ୍ୱତନ୍ତ୍ର ଅତିରିକ୍ତ ସୀମା ଶୁଳ୍କ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୦୨୨ ଜୁଲାଇ ମାସରେ ସରକାରଙ୍କ ଦ୍ୱାରା ଏହି ଟିକସ୍ ଲାଗୁ କରାଯାଇଥିଲା ।

କେନ୍ଦ୍ର ସରକାର ପ୍ରାୟ ଅଢେଇ ବର୍ଷ ପରେ ୱିଣ୍ଡ୍‌ଫଲ୍ ଟିକସ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଅଶୋଧିତ ତେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିବା ସମୟରେ ସରକାର ଏହି ଟିକସ ଲାଗୁ କରିଥିଲେ । ଏବେ ଅର୍ଥ ମନ୍ତ୍ରଣାଳୟ ଏହି ଟିକସକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ରିପୋର୍ଟ ଅନୁସାରେ ସରକାର ଅଶୋଧିତ ତୈଳର ଅନ୍ତରାଷ୍ଟ୍ରୀୟ ମୂଲ୍ୟରେ ହ୍ରାସ ଭିତରେ ଘରୋଇ ସ୍ତରରେ ଉତ୍ପାଦିତ କ୍ରୁଡ୍ ଅୟଲ ଏବଂ ବିମାନ ଇନ୍ଧନ (ଏଟିଏଫ୍), ପେଟ୍ରୋଲ ଏବଂ ଡିଜେଲ ରପ୍ତାନୀ ଉପରେ ୩୦ ମାସ ପୁରୁଣା ଟ୍ୟାକ୍ସ ଶେଷ କରିଛନ୍ତି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଏହା ଉପରେ ଏକ ବିଜ୍ଞପ୍ତ ଉପସ୍ଥାପନ କରିଛନ୍ତି । 

ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ୨୦୨୨ରେ ଭାରତ ସରକାର ଅଶୋଧିତ ତୈଳ ଉପରେ ୱିଣ୍ଡ୍‌ଫଲ୍ ଟ୍ୟାକ୍ସ ଲାଗୁ କରିଥିଲେ । ଏହାସହ ସେହି ସବୁ ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇଥିଲା, ଯେଉଁମାନେ ଉର୍ଜା କମ୍ପାନିର ଲାଭ ଉପରେ ଟିକସ କରନ୍ତି । ୱିଣ୍ଡ୍‌ଫଲ୍ ଟିକସ ଏପରି ଶୁଳ୍କ ଯାହାକୁ ଘରୋଇ ସ୍ତରରେ ପାଟ୍ରୋଲିୟମ କମ୍ପାନିଗୁଡ଼ିକ ଉପରେ ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ଲାଭ ଉପରେ ଲାଗୁ କରାଯାଇଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.