ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେବେ ନୂଆ ସରକାର, ଖୁବଶୀଘ୍ର ୩ ହଜାରକୁ ବଢିବ ଭତ୍ତା ରାଶି !

Published By : Prameya-News7 Bureau | July 02, 2024 IST

ଭୁବନେଶ୍ୱର ୦୨।୦୭ : ରାଜ୍ୟ ସରକାରଙ୍କ ଆଉ ଏକ ଭେଟି । ବିଭିନ୍ନ ବର୍ଗଙ୍କୁ ଦିଆଯାଉଥିବା ଭତ୍ତା ଟଙ୍କାରେ ଖୁବଶୀଘ୍ର ବୃଦ୍ଧି କରାଯିବ ବୋଲି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଖୁବଶୀଘ୍ର ବିଭିନ୍ନ ବର୍ଗଙ୍କୁ ଦିଆଯାଉଥିବା ଭତ୍ତା ଟଙ୍କା ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ । ସେ ନେଇ ପ୍ରସ୍ତୁତି ମଧ୍ୟ ଚାଲିଛି । ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ । 

ତେବେ କେଉଁ ବର୍ଗର ଲୋକଙ୍କ ଭତ୍ତା ବଢାଯିବ ସେନେଇ କୌଣସି ସଠିକ୍‌ ସୂଚନା ମିଳିନାହିଁ । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା କିମ୍ବା କଳାକାର ଭତ୍ତା । କେଉଁ ବର୍ଗ ଉପରେ ଗୁରୁତ୍ୱ ଦିଆଯାଇପାରେ। ତାହା ଆଗାମୀ ଦିନରେ ହି ଜଣାପଡିବ । 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.