ଗ୍ରାମବାସୀଙ୍କ ଅଜବ ଦାବି, ବନ୍ଦ ପଡିଥିବା ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଉ

Published By : Prameya-News7 Bureau | July 04, 2024 IST

ବୌଦ୍ଧ ୦୪/୦୭: ଗରିବ ଛାତ୍ର ଛାତ୍ରୀ ମାନେ କିଭଳି ଭାବେ ଭଲ ପାଠ ପଢି ସେମାନଙ୍କ ଭବିଷ୍ୟତ ଗଢିବେ ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ସରକାରୀ ବିଦ୍ୟାଳୟ ଖୋଲିଛନ୍ତି । ତେବେ ବିଗତ ସରକାର ଯେଉଁ ସ୍ଥାନରେ ଛାତ୍ର ଛାତ୍ରୀ କମ୍ ଥିଲେ ସେହି ସ୍ଥାନର ସ୍କୁଲକୁ ବନ୍ଦ କରିଦେଇଥିଲେ। 

ଏହି ନିୟମ ଅନୁଯାୟୀ ବୌଦ୍ଧ ବ୍ଲକ ଅନ୍ତର୍ଗତ ତାଳସରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶୀଙ୍ଗାରି ଗ୍ରାମରେ ଥିବା ସ୍କୁଲ କୁ ମଧ୍ୟ ବନ୍ଦ କରିଦେଇଥିଲେ । ହେଲେ ଏହି ଗ୍ରାମରେ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ଏଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେଇଥିବାରୁ ସିଂଗାରି ଗ୍ରାମରେ ଥିବା ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ବୌଦ୍ଧ ସୋନପୁର ୫୭ନ ଜାତୀୟ ରାଜପଥ ଡେଇଁ ଟାଇଞ୍ଜନ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଛନ୍ତି । 

ଏହି ଗ୍ରାମକୁ ଜାତୀୟ ରାଜପଥ ଡେଇଁ ଯିବା ସହ ୨ କିମି ରାସ୍ତା ଅତିକ୍ରମ କରି ଯିବାକୁ ପଡ଼ୁଥିବା ଯୋଗୁଁ ଅଭି ଭାବକ ମାନେ ନିଜ ଛୁଆଙ୍କୁ ବିଦ୍ୟାଳୟ କୁ ଛାଡ଼ିବା ପାଇଁ ମଣୁ ନାହାଁନ୍ତି । ତେବେ ବନ୍ଦ କରାଯାଇଥିବା ବିଦ୍ୟାଳୟକୁ ଖୋଲିବା ପାଇଁ ନୂତନ ରାଜ୍ୟ ସରକାରଙ୍କୁ ସ୍ଥାନୀୟ ଲୋକେ ଦାବି ଜଣାଇବା ସହିତ ଯଦି ଏଠାରେ ପୁନଃ ସ୍କୁଲକୁ ଖୋଲା ନଯାଏ ତେବେ ଗ୍ରାମର ଛାତ୍ରଛାତ୍ରୀଙ୍କୁ ପାଠ ପଢିବାକୁ ଅନ୍ୟ ସ୍କୁଲକୁ ଛାଡ଼ିବେ ନାହିଁ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.