ଢେଙ୍କାନାଳର ପ୍ରସିଦ୍ଧ ଖାଦ୍ୟ, ଛୋଟ ବଡ ଦୋକାନ ସହ ଘରେ ଘରେ ନେଇଛି ଜଳଖିଆର ସ୍ଥାନ

Published By : Prameya-News7 Bureau | April 07, 2025 IST

ଭୁବନେଶ୍ୱର ୦୭/୦୪: ଆଜି ଏପ୍ରିଲ ୭ତାରିଖ । ବରା ଦିବସ। ଢେଙ୍କାନାଳ ଜିଲ୍ଲା ବରା ପାଇଁ ପ୍ରସିଦ୍ଧ । ହେଲେ ଏହି ଢେଙ୍କାନାଳ ବରା ଏବେ ସବୁ ଜିଲ୍ଲାକୁ ବ୍ୟାପିଲାଣି । ଟୁଇନସିଟି ସବୁ ଜଳଖିଆ ଦୋକାନରେ ପ୍ରଥମ ଖାଦ୍ୟ । ଏମିତିକି ପ୍ରତିଟି ଘରେ ଘରେ ଏବେ ଟିଫିନର ସ୍ଥାନ ନେଲାଣି । 

ବିଶେଷ କରି ବରା ସାଙ୍ଗକୁ ଆଳୁ କଷା ଘୁଗୁନି ଟେଷ୍ଟକୁ ଡବଲ କରେ । ଆହୁରି ବି ଗରମ ବରାକୁ କଞ୍ଚା ପିଆଜ ଓ ଲଙ୍କା ଯିଏ ଖାଇଛି ସେ ଜାଣିଛି ତାର ସ୍ୱାଦ । ବରାର ପ୍ରସ୍ତୁତି ବି ସେମିତି କଷ୍ଟ ନୁହେଁ । ବିରିକୁ ବାଟି ସେଥିରେ କିଛି ସୁଜି ମିଶାଇ ଆଣ ପ୍ରସ୍ତୁତ ହୁଏ । କେହି କେହି ବିରା ବାଟମରେ ଚାଉଳ ବି ମିଶାଇଥାନ୍ତି । ବଟା ସରିବା ପରେ ସେଥିରେ ପିଆଜ ଲଙ୍କା ଅଦାର ମିଶ୍ରଣରେ ଅଧିକ ସ୍ବାଦିଷ୍ଟ ବରା ପ୍ରସ୍ତୁତ ହୋଇଥାଏ । 

ଗରମ ତେଲ କଡ଼େଇରେ ବରା ଛଣା ହେବା ମାନେ ଚାରିଆଡେ କମ୍ପିଯାଏ । ଟିକିଏ ବାସ୍ନା ଚତୁର୍ଦ୍ଦିଗ ମହକାଏ । ସବୁ ଦିନିଆ ଖାଦ୍ୟର ତାଲିକାରେ ବରାର ସ୍ଥାନ ରହିଛି ।  ତେବେ ବରାର ପରିଚୟ କିନ୍ତୁ ହେଉଛି ଢେଙ୍କାନାଳରୁ । ଦେଢଶହ ବର୍ଷରୁ ଅଧିକ ବର୍ଷ ହେବ ବରାର ପ୍ରସିଦ୍ଧି ରହିଛି ଜିଳ୍ଲାରେ ।  ଢେଙ୍କାନାଳ ସହରରେ ବିଭିନ୍ନ ସ୍ଥାନରେ ଛୋଟରୁ ନେଇ ବଡ ବଡ ହୋଟେଲ ଗୁଡିକରେ ଭେରାଇଟି ବରା ସବୁ ପ୍ରସ୍ତୁତ ହୋଇଥାଏ । 

ସକାଳ ଜଳଖିଆରୁ ଆରମ୍ଭ କରି ସଂଧ୍ୟା ପର୍ଯ୍ୟନ୍ତ ବରାକୁ ଲୋକେ ପସନ୍ଦ କରନ୍ତି । ତେବେ ସାଧାରଣ ବରା ଅପେକ୍ଷା ଜିରା ଓ ଅଦା ମିଶା ବରାର ସ୍ବାଦ କିଛି ଅଲଗା ରହିଛି । ଏବେ ବି ଏହି ବରାର ଅଧିକ ଡିମାଣ୍ଡ ରହିଛି ।  କେବଳ ଖାଦ୍ୟ ନୁହେଁ ବରା ବହୁ ଲୋକଙ୍କୁ ଭଲ ରୋଜଗାର ମଧ୍ୟ ଦେଇଛି । ଆଜି ବରା ଦିବସରେ ବିଭିନ୍ନ ସ୍ଥାନରେ ଏହି ବରା ଖାଇ ସମସ୍ତେ ଏହି ଦିବସ ପାଳନ କରିଛନ୍ତି ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.