ସ୍ବାସ୍ଥ୍ଯ ପାଇଁ କେତେ ହିତକାରୀ ଧନିଆ ପତ୍ର ? ଜାଣନ୍ତୁ ଏହାର ଉପକାରିତା...

Published By : Prameya-News7 Bureau | December 09, 2024 IST

ନୂଆଦିଲ୍ଲୀ ୦୯।୧୨: ଶୀତଋତୁରେ ଧନିଆ ପତ୍ରର ବହୁତ ଡିମାଣ୍ଡ । ତରକାରୀ ଠାରୁ ଆରମ୍ଭ କରି ସାଲାଡ୍ ସବୁଥିରେ ଦେଖିବାକୁ ମିଳେ । ସବୁଜ ଧନିଆ ପତ୍ର ଖାଦ୍ୟରେ ସ୍ବାଦକୁ ବଢାଇଥାଏ  । ଖାସ୍ କରି ଲୋକମାନେ ଧନିଆକୁ ଚଟନି କରି ଖାଇବାକୁ ବହୁତ ପସନ୍ଦ କରନ୍ତି ।  

ତେବେ ଧନିଆ ପତ୍ର କେବଳ ଯେ ସ୍ବାଦ ବଢାଇଥାଏ ତା ନୁହେଁ ଏହା ଅନେକ ଗୁଣରେ ମଧ୍ୟ ଭରପୂର । ଆସନ୍ତୁ ଜାଣିବା ଏହାର ଭିଟାମିନ୍, ମିନେରାଲ୍ସ ଏବଂ ଉପକାରିତା ବିଷୟରେ...

ଧନିଆ ପତ୍ରରେ ଭିଟାମିନ୍ ସି ଏବଂ ଭିଟାମିନ୍ ଏ ଭଲ ପରିମାଣରେ ମିଳିଥାଏ । ଯାହା ଇମ୍ୟୁନିଟ୍ ବୁଷ୍ଟ କରିବା ଏବଂ ଚର୍ମ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଧନିଆରେ ଆଇରନ, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଫୋଲିକ୍ ଏସିଡ୍, କୋଲାଇନ୍, ପୋଟାସିୟମ୍, ଫସଫରସ୍ ପରି ଖଣିଜ ପଦାର୍ଥ ରହିଥାଏ । 

ଧନିଆ ପତ୍ରରେ ଆର୍ଦ୍ରତା ସହିତ ପ୍ରୋଟିନ୍, ଫାଇବର ଏବଂ କାର୍ବୋହାଇଡ୍ରେଟ୍ ମଧ୍ୟ ମିଳିଥାଏ । ସବୁଜ ଧନିଆ ପାଚନ ଶକ୍ତିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହାର ରସ ବାନ୍ତି, ପେଟ ଯନ୍ତ୍ରଣା, ଏସିଡିଟି ପରି ସମସ୍ୟାରୁ ମୁକ୍ତି ଦେବାରେ ଖୁବ୍ ପ୍ରଭାବଶାଳୀ । 

ମଧୁମେହ ରୋଗୀଙ୍କ ପାଇଁ ଧନିଆ ପତ୍ର ଖାଇବା ବେଶ୍ ଉପକାରୀ । କାରଣ ଏହା ହାଇ ବ୍ଲଡ୍ସୁଗରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଧନିଆ ଖାଇବା ଆଖି ପାଇଁ ବହୁତ ଲାଭଦାୟକ । କାରଣ ଏଥିରେ ଭିଟାମିନ୍ ଏ ମିଳିଥାଏ ଯାହା ଆଖିକୁ ସୁସ୍ଥ ରଖେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.