କାହିଁକି ମହଙ୍ଗା ସାଉଦି ଆରବର ଖଜୁରୀ ? ଏହା ପଛରେ କଣ ରହିଛି କାରଣ...

Published By : Prameya-News7 Bureau | December 06, 2024 IST

ନୂଆଦିଲ୍ଲୀ ୦୬।୧୨ : ଶୀତଦିନେ ଅଧିକାଂଶ ଲୋକ ଖାଇଥାନ୍ତି ଖଜୁରୀ । ଏହାର ଉତ୍ପାଦନ ଅଧିକ ମାତ୍ରାରେ ମିଶରରେ ହୋଇଥାଏ । କିନ୍ତୁ ସବୁଠାରୁ ମହଙ୍ଗା ଖଜୁରୀ ସାଉଦି ଆରବରୁ ଆସିଥାଏ  । ତେବେ ଏହା ପଛରର କାରଣ କଣ ?  

୨୦୨୨ରେ ସାଉଦିରେ ୧.୬୧ ନିୟୁତ ଟନ୍ ଖଜୁରୀ  ଉତ୍ପାଦନ କରାଯାଇଥିଲା । କିନ୍ତୁ ବିଶ୍ବରେ ସର୍ବାଧିକ ଖଜୁରୀ ଉତ୍ପାଦିତ ଦେଶ ମିଶରରେ ହୋଇଥିଲା ୧.୭୩ ନିୟୁତ ଟନ୍ । ଯଦିଓ ବିଶ୍ବର ଅନେକ ଦେଶରେ ଖଜୁରୀ ଚାଷ କରାଯାଏ, କିନ୍ତୁ ସାଉଦି ଆରବର ଖଜୁରୀ ସବୁଠାରୁ ଲୋକପ୍ରିୟ ଏବଂ ମହଙ୍ଗା ହୋଇଥାଏ । 

ସାଉଦି ଆରବର ଖଜୁରୀ ମହଙ୍ଗା ହେବାର କାରଣ ହେଉଛି ଏଠାରେ କିଛି କିସମର ଖଜୁରୀର ଚାହିଦା ବହୁତ ଅଧିକ ରହିଥାଏ । କିନ୍ତୁ ଏହାର ଉତ୍ପାଦନ ପରିମାଣରେ ସୀମିତ ହୋଇଥାଏ । ସାଉଦି ଆରବର ଖଜୁରୀ ସମ୍ପୂର୍ଣ୍ଣ ପାଚିବା ପାଇଁ ଅଧିକ ସମୟ ନେଇଥାଏ । ଏହାବ୍ୟତୀତ ଏହାର ଚାଷ କରିବାରେ ମଧ୍ୟ ଅଧିକ ଖର୍ଚ୍ଚ ହୋଇଥାଏ । 

ଇସଲାମରେ ସାଉଦିର ଧାର୍ମିକ ମହତ୍ବ ହେବା କାରଣରୁ ଏଠାରେ ଖଜୁରୀ ହୋଇଥାଏ ମହଙ୍ଗା । ଏହାବ୍ୟତୀତ  ଏଠାରେ ଚାଷ ହେଉଥିବା କିଛି କିସମ ମଧ୍ୟ ସେମାନଙ୍କର ବିଶେଷ ଗୁଣ ପାଇଁ ଜଣାଶୁଣା । ଏଠାରେ ଖଜୁରୀ ଶୁଖାଇବା ଏବଂ ପ୍ୟାକ୍ କରିବା ପାଇଁ ଖର୍ଚ୍ଚ ବଢିଯାଇଥାଏ । ଉଦାହରଣ ସ୍ବରୁପ ଅମ୍ପର ଖଜୁରୀର ଦାମ୍ କିଲୋପ୍ରତି ପ୍ରାୟ ୧୩୫୦  ଟଙ୍କା ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.