କେଶ ଝଡିବା ନେଇ ଚିନ୍ତିତ କି ? ଆପଣାନ୍ତୁ ଘରୋଇ ଉପଚାର

Published By : Prameya-News7 Bureau | February 13, 2025 IST

ମୁମ୍ଵାଇ ୧୩।୦୨; କେଶ ଉଭୟ ପୁରୁଷ ଓ ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା, ଠିକ୍‌ ଭାବେ ନିଦ ନ ହେବା ହେତୁ ଯୁବାବସ୍ଥାରେ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ହୋଇଛି । ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରନ୍ତି। ଏହି ସମୟରେ କିପରି କେଶର ଦେଖାରଖା କରିବେ, କିପରି ଯତ୍ନ ନେବେ ? ଏହାର ଭଲ ଘରୋଇ ଉପଚାର ରହିଛି ।

କେଶରେ ଆମେ ସାଧାଣରତଃ ବିଭିନ୍ନ ପ୍ରକାରର ତେଲ ଲଗାଇଥାନ୍ତି। ହେଲେ ନଡ଼ିଆ ତେଲକୁ ଉଷୁମ କରି ସେଥିରେ ଲେମ୍ବୁ ମିଶାଇ ଚୁଟିରେ ଲଗାନ୍ତୁ। ପରେ ଚୁଟିକୁ ସାମ୍ପୁରେ ଧୋଇ ଦିଅନ୍ତୁ। ଦେଖିବେ କିଛି ଦିନ ଭିତରେ ଚୁଟି ଝଡ଼ିବା କମ୍‌ ହୋଇଯିବ। ଏହାସହ ମେଥି ଦାନାକୁ ନଡ଼ିଆ ତେଲ ସହ ମିଶାଇ ଚୁଟିରେ ମାଲିସ କରନ୍ତୁ। ଦେଖିବେ କିଛି ଦିନ ଭିତରେ ଚୁଟି ଝଡ଼ିବା କମ୍ ହୋଇଯିବ।

ଆମେ ସାଧାରଣ ମେହେନ୍ଦିକୁ ଚୁଟିର ରଙ୍ଗ ପଇଁ ବ୍ୟବହାର କରନ୍ତି। ହେଲେ ଜାଣିଛନ୍ତି, ମେହେନ୍ଦି ଲଗାଇଲେ ମଧ୍ୟ ଚୁଟି ଝଡ଼ିବା କମ୍ ହୋଇଥାଏ। ମେହେନ୍ଦିରେ ସୋରିଷ ତେଲ ମିଶାଇ ଚୁଟିରେ ଲଗାନ୍ତୁ। ଏହି ମିଶ୍ରଣ ଚୁଟିରେ ଲଗାଇ ଶୁଖିଲା ପର୍ଯ୍ୟନ୍ତ ରଖନ୍ତୁ। ପରେ ଚୁଟିକୁ ସାମ୍ପୁରେ ଧୋଇ ଦିଅନ୍ତୁ।

ମନ୍ଦାର ଫୁଲ କିମ୍ବା ପତ୍ରକୁ ନଡ଼ିଆ କିମ୍ବା ସୋରିଷ ତେଲ ସହ ଫୁଟାଇ ଦିଅନ୍ତୁ। ଏହା ପରେ ଏହି ତେଲକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ତେଲ ଥଣ୍ଡା ହୋଇଗଲା ପରେ ଏହାକୁ ଚୁଟିର ମୂଳରେ ମାଲିସ କରନ୍ତୁ। ଦେଖିବେ କେତେ ମାତ୍ରାରେ କେଶ ଝଡ଼ିବା ବନ୍ଦ ହୋଇଯିବ। ଏହାସହ କେଶ ଲମ୍ବା ଓ ଘନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.