ଆପଣ ୫ ବର୍ଷ ହେଲା ଗୋଟିଏ ମୋବାଇଲ ନମ୍ବର ବ୍ୟବହାର କରୁଛନ୍ତି? ଏହି ଖବର ଆପଣଙ୍କ ପାଇଁ

Published By : Prameya-News7 Bureau | February 16, 2025 IST

ନୂଆଦିଲ୍ଲୀ ୧୬।୨: ଏବେ ମୋବାଇଲ ଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଲୋକେ ଟୁ-ଜିରୁ ନେଇ ୫-ଜି ପର୍ଯ୍ୟନ୍ତ ନେଟୱାର୍କ ସ୍ପିଡର ମୋବାଇଲ ଫୋନ ବ୍ୟବହାର କରୁଛନ୍ତି। ଆପଣ ଲୋକଙ୍କୁ ମୋବାଇଲରେ ଭିଡିଓ, ଗେମ, ଫଟୋ ଓ ଗୀତ ଭଳି ବିଭିନ୍ନ କାମ କରୁଥିବାରୁ ଦେଖି ପାରୁଥିବେ। ଭାରତ ଏବେ ସ୍ମାର୍ଟଫୋନ ବଜାରରେ ଏକ ପ୍ରମୁଖ ଖେଳାଳି ପାଲଟିଛି। ସେହିପରି ନେଟୱାର୍କ ମାମଲାରେ ଭାରତରେ ଇଣ୍ଟରନେଟ୍ ସେବା ବେଶ୍ ଶସ୍ତାରେ ମିଳୁଛି। 

ଏଥିରେ ଲୋକେ ନୂଆ ମୋବାଇଲ ଫୋନ କିଣିବା ସହିତ ନୂଆ ନମ୍ବରକୁ ସ୍ୱିଚ୍ କରି ଯାଉଛନ୍ତି। ଲୋକେ ମୋବାଇଲ ନମ୍ବର ବଦଳାଇବା ଓ ପୋର୍ଟ କରିବା ଭଳି ଗତିବିଦ୍ଧିରେ ତୀବ୍ର ସଲଗ୍ନ ହେଉଛନ୍ତି। ଏଥିରେ ଯଦି ଆପଣଙ୍କ ପାଖରେ ୫-୧୦ ବର୍ଷ ହେଲା ଗୋଟିଏ ମୋବାଇଲ ନମ୍ବର ଅଛି ତେବେ ଏହି ଖବର ଆପଣ ନିଶ୍ଚିତ ପଢନ୍ତୁ। ଯଦି ଆପଣ ପୁରୁଣା ନମ୍ବରକୁ ୫ ବର୍ଷରୁ ଅଧିକ ସମୟ ହେଲା ବ୍ୟବହାର କରିଆସୁଛନ୍ତି ତେବେ ଆପଣଙ୍କ ପାଖରେ କିଛି ବିଶେଷତା ରହିଛି, ଯାହା ଆପଣଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି। 

ଆପଣ ଋଣୀ ନୁହନ୍ତି
ଯଦି ଆପଣ ୫ ବର୍ଷ ହେଲା ଗୋଟିଏ ମୋବାଇଲ ନମ୍ବରକୁ ବ୍ୟବହାର କରିଆସୁଛନ୍ତି ଏହା ଦର୍ଶାଉଛି ଆପଣ ଡିଫଲ୍ଟର ନୁହନ୍ତି। ଏହାର ଅର୍ଥ ଯଦି ଆପଣ ଋଣ କରନ୍ତି ଠିକ୍ ସମୟରେ ସୁଝି ଦେଇ ପାରିବେ। ସବୁ ଋଣୀମାନେ ସେମାନଙ୍କ ନମ୍ବର ବଦଳାନ୍ତି ନାହିଁ। ଗତ ୫ ବର୍ଷରେ ଆପଣଙ୍କ ସହିତ ଏପରି କୌଣସି ଘଟଣା ଘଟି ନାହିଁ ଯେଉଁଥିରେ ଆପଣ କାହାକୁ ଧୋକା ଦେଇଛନ୍ତି। 

ସମ୍ପର୍କକୁ ଗୁରୁତ୍ୱ ଦେଉଥିବା ବ୍ୟକ୍ତି
ଯଦି ଆପଣ ୫ ବର୍ଷ ପରେ ବି ସେହି ମୋବାଇଲ ନମ୍ବର ବ୍ୟବହାର କରୁଛନ୍ତି ତେବେ ଆପଣ ସେପରି ବ୍ୟକ୍ତି ଯିଏ ସମ୍ପର୍କରେ ବିଶ୍ୱାସ କରନ୍ତି ଓ କୌଣସି ପରିସ୍ଥିତିରେ କାହା ସହ ସମ୍ପର୍କକୁ ନଷ୍ଟ କରିବାକୁ ଚାହାନ୍ତିନି। ଏଣୁ ଦୀର୍ଘ ସମୟରୁ ଆପଣ ଗୋଟିଏ ମୋବାଇଲ ନମ୍ବର ବ୍ୟବହାର କରୁଛନ୍ତି ଓ ସମ୍ପର୍କ ଦୃଷ୍ଟିରୁ ନମ୍ବର ବଦଳାଇବାର ନିଷ୍ପତ୍ତିକୁ ଟାଳୁଛନ୍ତି। 

ଆପଣ ଜଣେ ସଚ୍ଚୋଟ ବ୍ୟକ୍ତି
ଯଦି ଆପଣ ଅନେକ ବର୍ଷରୁ ଗୋଟିଏ ମୋବାଇଲ ନମ୍ବର ବ୍ୟବହାର କରୁଛନ୍ତି ଆପଣ ଜଣେ ସଚ୍ଚୋଟ ବ୍ୟକ୍ତି ହୋଇ ପାରନ୍ତି। ଆପଣ କୌଣସି ପରିସ୍ଥିତିରେ ମଧ୍ୟ ନିଜ ସଚ୍ଚୋଟତା ସହିତ ବୁଝାମଣା କରନ୍ତି ନାହିଁ କି କାହାରିକୁ ଧୋକା ଦେବାକୁ ଚିନ୍ତା ବି କରନ୍ତିନି। ଏଥି ପାଇଁ ଲୋକଙ୍କ ସହ ଆପଣଙ୍କ ସମ୍ପର୍କ ମଜଭୁତ ହୋଇ ରହିଛି। 

ଆପଣଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ
ଯଦି ଆପଣ ଦୀର୍ଘ ସମୟରୁ ଗୋଟିଏ ମୋବାଇଲ ନମ୍ବରରେ ଚଳୁଛନ୍ତି ଏହାର ଅର୍ଥ ଆପଣଙ୍କ ବିରୋଧରେ କୌଣସି ଠାରେ କୌଣସି ପ୍ରକାରର ଅଭିଯୋଗ ନାହିଁ। ଏହାର ଅର୍ଥ ଆପଣଙ୍କ ବିରୋଧରେ ଆପଣଙ୍କ ବନ୍ଧୁବାନ୍ଧବ, ସାଙ୍ଗସାଥୀ,ପରିବାର ସଦସ୍ୟ ଅଥବା ପୋଲିସ ପକ୍ଷରୁ କୌଣସି ମକଦ୍ଦମା ଅଥବା ଅଭିଯୋଗ ନାହିଁ। ଏକ ପ୍ରକାର ଆପଣ ସମ୍ପୂର୍ଣ୍ଣ ଶୁଦ୍ଧ ବ୍ୟକ୍ତିତ୍ୱ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.