ପୂର୍ବଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ଉଭୟ ପକ୍ଷରୁ ୧୩ ଜଣ ଆହତ

Published By : Prameya-News7 Bureau | November 12, 2023 IST

ଖଣ୍ଡପଡ଼ା ୧୨।୧୧ : ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ । ଉଭୟ ପକ୍ଷରୁ ୧୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କୁମ୍ଭାରପଡ଼ା ଗାଁର ଘଟିଛି ଘଟଣା ।

ଖବର ଅନୁଯାୟୀ, ଗତ ପଞ୍ଚାୟତ ନିର୍ବାଚନକୁ ନେଇ କୁମ୍ଭାରପଡ଼ା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଶନିବାର ଏହା ଉଗ୍ର ରୂପ ନେଇଥିଲେ । ରାତିରେ ସାମାନ୍ୟ ବଚସାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା । ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମାଣ ସହ ବୋମା ମାଡ଼ ମଧ୍ୟ ହୋଇଥିଲା । ଫଳରେ ଉଭୟଙ୍କ ପକ୍ଷରୁ ୧୩ ଜଣ ଆହତ ହୋଇଥିଲେ ।

ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଗଣିଆ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ପଠାଇଥିଲେ । ଆହତ ମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନା ପଠାଇଥିବା ସୂଚନା ମିଳିଛି । ସମ୍ଭାବ୍ୟ ଉତ୍ତେଜନାକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ମୃତୟନ ହୋଇଛନ୍ତି ।

wp:embed {"url":"https://www.prameyanews7.com/aadar-jain-attended-kareena-diwali-party-with-his-new-girlfriend/","type":"wp-embed","providerNameSlug":"prameya-news-7"}
https://www.prameyanews7.com/aadar-jain-attended-kareena-diwali-party-with-his-new-girlfriend/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.