'ଗରବା' କାର୍ଯ୍ୟକ୍ରମ ବେଳେ ହୃଦଘାତ୍; ୨୪ ଘଣ୍ଟାରେ ଚାଲିଗଲା ୧୦ ଜୀବନ

Published By : Prameya-News7 Bureau | October 23, 2023 IST

ଅହମ୍ମଦାବାଦ: ଗରବା କାର୍ଯ୍ୟକ୍ରମ ବେଳେ ଲୋକଙ୍କୁ ହୃଦଘାତ୍ ଆସିଛି । ପର୍ବ ଚାଲିଥିବା ସମୟରେ ହାର୍ଟଆଟାକ୍ ଆସିବାରୁ ପ୍ରାୟ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ନାବାଳିକା ଓ ନାବାଳକ ଥିବା ଜଣାପଡ଼ିଛି । ପୀଡିତଙ୍କୁ ମେଡିକାଲରେ ପହଞ୍ଚାଇବା ପାଇଁ ୨୪ ଘଣ୍ଟା ମଧ୍ୟରେ ଆମ୍ବୁଲାନ୍ସଙ୍କୁ ୫ଶହରୁ ଅଧିକ କଲ୍ ଯାଇଛି । ଗରବା କାର୍ଯ୍ୟକ୍ରମରେ ହୃତଘାତକୁ ନେଇ ଆଲର୍ଟ ଜାରି କରିଛନ୍ତି ଗୁଜରାଟ ସରକାର। ଆୟୋଜକଙ୍କୁ ସମସ୍ତ ସୁବିଧା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅସୁସ୍ଥତା ଅନୁଭବ କରୁଥିବା ଲୋକଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବାକୁ ଆମ୍ବୁଲାନ୍ସ ବ୍ୟବସ୍ଥା ସହିତ ମେଡିକାଲ ସୁବିଧା ଉପଲବ୍ଧ କରିବାକୁ ରାଜ୍ୟ ସରକାର ।

ଗରବା କାର୍ଯ୍ୟକ୍ରମ ବେଳେ ହୃଦଘାତ୍ ଘଟଣା ଗୁଜରାଟର ଖେଡ଼ା ଜିଲ୍ଲାର କପଡବଞ୍ଚରେ ଘଟିଛି ।  ଗରବା ଖେଳୁଥିବା ସମୟରେ ୧୭ ବର୍ଷୀୟ ବୀର ଶାହଙ୍କ ସ୍ବାସ୍ଥ୍ୟ ଅଚାନକ ଖରାପ ହୋଇଥିଲା । ପାଟି ଏବଂ ନାକରୁ ରକ୍ତ ବାହାରିକୁ ଲାଗିଥିଲା । ଏହାପରେ ତୁରନ୍ତ ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବୀର ଶାହଙ୍କ ହୃତଘାତରୁ ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ସେହିପରି ଅହମ୍ମଦାବାଦ, ରାଜକୋଟ, ନହସାରୀ ଜିଲ୍ଲୀରେ ମଧ୍ୟ ଗରବା ଫେଷ୍ଟିଭାଲ୍ ବେଳେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ବୟସ ୨୦ ବର୍ଷରୁ ଅଧିକ ହେବ । ସେହିଭଳି ଭଦୋଦରା ଜିଲ୍ଲାରେ ଦୁଇ ଜଣଙ୍କର ହାର୍ଟଆଟାକ୍‌ରେ ମୃତ୍ୟୁ ହୋଇଛି । ଏଥିରେ ଜଣେ ୧୩ ବର୍ଷ ଛୋଟ ପିଲା ରହିଛନ୍ତି ।  

ଗୁଜରାଟର ସିଦ୍ଧା ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଅଧ୍ୟକ୍ଷ ଡାକ୍ତର ଅନୁରାଗ ମେହରୋତ୍ରା କହିଛନ୍ତି, ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ରିପୋର୍ଟ ମୁତାବକ ୧୧ ପ୍ରତିଶତରୁ ଅଧିକ ଲୋକ ମଧୁମେହ ରୋଗରେ ପୀଡ଼ିତ । ସେହିପରି ୧୫ ପ୍ରତିଶତ ଲୋକ ପ୍ରାରମ୍ଭିକ ମଧୁମେହ, ୩୬ ପ୍ରତିଶତ ଲୋକ ରକ୍ତଚାପ ରୋଗରେ ଆକ୍ରନ୍ତ ଏବଂ ୫୦ ପ୍ରତିଶତ ଲୋକ ମେଦବହୁଳ ରୋଗରେ ପୀଡିତ  । ଏହି ସବୁ ରୋଗ ଧମନୀର ରକ୍ତ ଚାଳନା ଉପରେ ପ୍ରଭାବ ପକାଇଥାଏ । ଯାହା ହୃତଘାତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.