ଷ୍ଟିଲ ସିଟି ରାଉରକେଲାରେ ଗୁଳିକାଣ୍ଡ, ଜୀବନ ବଞ୍ଚାଇ ଢାବାରେ ପଶିଗଲେ ଯୁବକ

Published By : Prameya-News7 Bureau | March 28, 2025 IST

ରାଉରକେଲା ୨୮/୦୩: ପୁଣି ଅଶାନ୍ତ ଷ୍ଟିଲ ସିଟି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପାଟିତୁଣ୍ଡରୁ ଫୁଟିଛି ଗୁଳି । ଜୀବନ ବଞ୍ଚାଇବାକୁ ଯାଇ ଯୁବକ ପଶି ଗଲେ ଢ଼ାବାରେ । ଅଳ୍ପକେ ବର୍ତ୍ତିଗଲେ ଯୁବକ । ଗୁଳିକାଣ୍ଡ ଘଟିଛି ରାଉରକେଲା ରଘୁନାଥ ପାଲି ଥାନା ଦେଓଗାଁ RSP ଶ୍ଳାଗ ଗେଟ୍ ନିକଟରେ । 

ସୂଚନା ଥାଉକି, ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଘଟଣା । ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ବିବାଦକୁ ନେଉ ଗତକାଲି ହୋଇଥିଲା ବଚସା । ଜଣେ ଯୁବକଙ୍କୁ ମାରଣାସ୍ତ୍ର ଧରି ଦୁଇ ଯୁବକ କରିଥିଲେ ଆକ୍ରମଣ । ଜୀବନ ବଞ୍ଚାଇବାକୁ ଯାଇ ଯୁବକ ପଶିଯାଇଥିଲେ ନିକଟ ତାରିଣୀ ହୋଟେଲରେ । 

ଆକ୍ରମଣକାରୀ ଦୁଇ ଯୁବକ ହୋଟେଲ ଭିତରେ ପଶି ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ କଣ ଥିଲା ବିବାଦ ଯେଉଁ ବିବାଦକୁ ନେଉ ପ୍ରଥମେ ପାଟିତୁଣ୍ଡ ହେଲା କାହିଁକି ଯୁବକଙ୍କୁ ଗୁଳି କରିବା ପର୍ଯ୍ୟନ୍ତ କଥା ଗଲା ତାର ଉତ୍ତର ଖୋଜୁଛି ରାଉରକେଲା ରଘୁନାଥପାଲି ଥାନା । ଗୁଳିକାଣ୍ଡ ଘଟଣାରେ ଟାଙ୍ଗରପାଲି ପୋଲିସ ଜଣକୁ ଅଟକ ରଖି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.