ହରିଚନ୍ଦନପୁରରୁ ଝୁଲନ୍ତା ମୃତଦେହ ଉଦ୍ଧାର, ବେପାର କରିବାକୁ ଯାଇ ଫେରିନଥିଲେ

Published By : Prameya-News7 Bureau | September 07, 2024 IST

NEWS UPDATE

ଘଟଗାଁ ୭।୯: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବାଙ୍କସାହି ନିକଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ହରିଚନ୍ଦନପୁର ପୋଲିସ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଘଷିପୁରା ଥାନା ଅନ୍ତର୍ଗତ ଭଗାନଈ ଗ୍ରାମର କରୁଣାକର ସାହୁ ବୋଲି ଜଣାପଡିଛି । କରୁଣାକର କବାଡିଆ ବେପାର କରିଥାନ୍ତି ଏବଂ ସେ ଶୁକ୍ରବାର ହରିଚନ୍ଦନପୁର ଅଞ୍ଚଳରୁ ବେପାର କରିବା ପାଇଁ ଘରୁ ଆସିଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଏକ ଶାଳ ଗଛରେ ଏକ ପ୍ଲାଷ୍ଟିକ ଦଉଡ଼ି ସାହାଯ୍ୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳୁଥିବା ବେଳେ ତାଙ୍କୁ କେହି ହତ୍ୟା କରି ଗଛରେ ଝୁଲେଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.