ଇସ୍ରାଏଲ୍ ହମଲାରେ ନସରଲ୍ଲାହ ଜ୍ୱାଇଁ ନିପାତ, ମୁଣ୍ଡ ଉପରେ ଥିଲା ୮୩ କୋଟିର ପୁରସ୍କାର ରାଶି

Published By : Prameya-News7 Bureau | October 03, 2024 IST

ନୂଆଦିଲ୍ଲୀ ୦୩/୧୦: ଇସ୍ରାଏଲର ଏୟାର ଷ୍ଟ୍ରାଇକ ଇରାନ ସମେତ ଲେବାନନର ହଜାଇ ଦେଇଛି ନିଦ । ପ୍ରଥମେ ଇସ୍ରାଏଲ୍ ସୈନ୍ୟବାହିନୀ ହିଜବୁଲା ମୁଖ୍ୟ ହାସନ ନସରଲ୍ଲାହଙ୍କୁ ହତ୍ୟା କରିଥିଲେ । ଏହା ପରେ ବର୍ତ୍ତମାନ ସେମାନେ ନସରଲ୍ଲାହଙ୍କ ଜ୍ୱାଇଁ ହାସନ ଜାଫର କାସୀରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । 

ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ ସେନା ସିରିଆର ଦମ୍ମେସକ ନିକଟରେ ଏକ ଏୟାର ଷ୍ଟ୍ରାଇକ୍ କରିଥିଲା । ଯେଉଁଥିରେ ହାସନ ଜାଫର କାସୀରଙ୍କ ମୃତ୍ୟୁ ହୋଇଥିଲା । ଆମେରିକା ତାଙ୍କୁ ୨୦୧୮ରେ ଏକ ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା । ଆଉ ତାଙ୍କ ମୁଣ୍ଡ ଉପରେ ୧୦ ମିଲିୟନ ଡଲାର (୮୩ କୋଟି)ର ପୁରସ୍କାର ରାଶି ଥିଲା । 

ବୁଧବାର ଇସ୍ରାଏଲ ବେରୁଟରେ ହୋଇଥିବା ଏୟାର ଷ୍ଟ୍ରାଇକରେ ହାସନ ଜାଫର କାସୀରଙ୍କ ଭାଇ ମହମ୍ମଦ ଜାଫର କାସୀରଙ୍କୁ ହତ୍ୟା କରିଥିଲା । ଏହା ପରେ, କ୍ରମାଗତ ଦ୍ୱିତୀୟ ମୃତ୍ୟୁ ହିଜବୁଲା ଶିବିରରେ ଆଲୋଡ଼ନ ସୃଷ୍ଟି କରିଛି । ହାସନ ଜାଫରଙ୍କର ମଧ୍ୟ ଏକ ପୁରୁଣା ଇତିହାସ ଅଛି । ୧୯୮୨ ମସିହାରେ ଲେବାନନ୍ ଯୁଦ୍ଧ ପରେ ଉଭୟ ଭାଇ ଆତଙ୍କବାଦ ଜଗତରେ ପ୍ରବେଶ କରିଥିଲେ । ତା’ପରେ ଅହମ୍ମଦ କାସୀର ବିସ୍ଫୋରକ ଭର୍ତ୍ତି କାର ସହିତ ଇସ୍ରାଏଲ୍ ବେସରେ ପ୍ରବେଶ କରିଥିଲେ । 

ପରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଥିଲା । ଲେବାନନ୍ ଇତିହାସରେ ଏହା ପ୍ରଥମ ଥର ଥିଲା ଯେତେବେଳେ କୌଣସି ସ୍ଥାନରେ ବିସ୍ଫୋରଣ ହୋଇଥିଲା । ସେହି ସମୟରେ ହିଜବୁଲାର ଅନ୍ୟତମ ପ୍ରତିଷ୍ଠାତା ଇମାଦ୍ ମୁଗନିୟା ହେମାଦ୍ କାସୀର ବିସ୍ଫୋରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ୨୦୦୮ରେ ସିରିଆରେ ଇମାଦ୍ ମୁଗାନିଆଙ୍କର ମୃତ୍ୟୁ ହୋଇଥିଲା।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.