ଇରାନ ମିସାଇଲ୍ ହମଲାରେ ଜଣେ ମୃତ; ଇସ୍ରାଏଲ୍ ନୁହେଁ ପ୍ରାଣ ହରାଇଲେ ଫିଲିସ୍ତିନୀ ନାଗରିକ

Published By : Prameya-News7 Bureau | October 03, 2024 IST

ନୂଆଦିଲ୍ଲୀ: ଏକ ମହାଯୁଦ୍ଧ ମୁହାଁ ହେଉଛି ମଧ୍ୟପ୍ରାଚ୍ୟ । ୮ ଶକ୍ତି ସହିତ ଏକାକୀ ଲଢ଼ୁଛି ଇସ୍ରାଏଲ । ଗାଜାପଟ୍ଟୀ, ଓ୍ବେଷ୍ଟ ବ୍ୟାଙ୍କ, ଲେବାନନ, ଇରାକ୍, ସିରିୟା, ୟେମେନ, ବାହାରିନ୍ ଏବଂ ଇରାନ ସହିତ ଏକାକୀ ଲଢ଼େଇ କରୁଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏହାରି ଭିତରେ ଇରାନ ଇସ୍ରାଏଲ ଉପରେ ଅଚାନକ ୧୮୦ରୁ ଅଧିକ ମିସାଇଲ୍ ମାଡ଼ କରି ବିଶ୍ବକୁ ଚମକାଇ ଦେଇଛି । ଇରାନର ଏହି ଆତ୍ମଘାତୀ ହମଲା ପରେ ପୂରା ମଧ୍ୟପ୍ରାଚ୍ୟ ଯୁଦ୍ଧର ଦ୍ବାରଦେଶରେ ଛିଡ଼ା ହୋଇଛି । ସବୁଠାରୁ ବଡ଼ କଥା ହେଲା ଇସ୍ରାଏଲ ଏଯାଏଁ କୌଣସି ଜବାବୀ କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଫଳରେ ଆଇଡିଏଫର ଆଗାମୀ କାର୍ଯ୍ୟପନ୍ଥା ସ୍ପଷ୍ଟ ହୋଇନାହିଁ । 

ଇସ୍ରାଏଲ ଉପରେ ହୋଇଥିବା ଏହି ଆକ୍ରମଣକୁ ସବୁଠୁ ବଡ଼ ହମଲାରେ ଭାବେ ଗଣାଯାଉଛି । ଏଥିରେ ଇସ୍ରାଏଲର କୌଣସି ପ୍ରକାର କ୍ଷୟକ୍ଷତିର ସୂଚନା ମିଳିନାହିଁ । ଇସ୍ରାଏଲ ଡିଫେନ୍ସ ଫୋର୍ସ ଆକାଶମାର୍ଗରୁ ଅଧିକାଂଶ ମିସାଇଲକୁ ନିଷ୍କ୍ରିୟ କରିଦେଇଛି । ଏହି ହମଲାରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ହୋଇଛି । ମାତ୍ର ମୃତକ ପାଲେଷ୍ଟାୟୀନ ନାଗରିକ ବୋଲି କୁହାଯାଉଛି । ମୃତକ ହେଉଛନ୍ତି ସମେହ ଅଲ-ଅସାଲୀ । ସେ ଜଣେ ଶ୍ରମିକ ଭାବେ ପାଲେଷ୍ଟାୟୀନର ଜୋରିକୋ ସହରରେ କାର୍ଯ୍ୟ କରୁଥିଲା । ବୁଧବାର ମଧ୍ୟରାତ୍ରୀରେ ଇରାନ ମିସାଇଲ୍ ମାଡ଼ କରିଥିଲା । ଏହି ସମୟରେ ଅଲ-ଅସାଲୀ ରାସ୍ତା ଟହଲ ମରୁଥିଲା । 

ଇରାନର ଏହି ଆକ୍ରମଣରେ ଜୋରିକୋ ସହରରେ ସମେହ ଅଲ-ଅସାଲୀ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜୋରିକୋ ଗଭର୍ଣ୍ଣର ହୁସେନ ହମାୟଲ । ସେ ନ୍ୟୁଜ୍ ଏଜେନ୍ସି କହିଛନ୍ତି, ଇରାନର ଏକ ରକେଟ୍ ସିଧା ପିଲେଷ୍ଟାୟୀନର ଜଣେ ଶ୍ରମିକଙ୍କ ଉପରେ ପଡ଼ିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଇରାନ ସେନା ଇସ୍ରାଏଲ ଉପରେ ୧୮୦ରୁ ଅଧିକ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିଛି । ପ୍ରତ୍ୟେକ ମିସାଇଲରେ ୭୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ଭର୍ତ୍ତି ହୋଇଥିଲା ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.