ପିପିଲି ଓ ସତ୍ୟବାଦୀରେ ନିୟନ୍ତ୍ରଣରେ ବାର୍ଡ ଫ୍ଲୁ, ସନ୍ଦିଗ୍ଧ ବ୍ୟକ୍ତିଙ୍କ ନମୁନା ଆସିଛି ନେଗେଟିଭ୍: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | August 29, 2024 IST

ଭୁବନେଶ୍ବର ୨୯।୮: ମନୁଷ୍ୟ ଦେହରେ ସଂକ୍ରମଣ ହୋଇନି ବାର୍ଡ ଫ୍ଲୁ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, ଯେଉଁ ସନ୍ଦିଗ୍ଧ ବ୍ୟକ୍ତିଙ୍କର ନମୁନା ପରୀକ୍ଷା ହେବାକୁ ଯାଇଥିଲା ତାହା ନେଗେଟିଭ୍ ଆସିଛି । ବାର୍ଡ ଫ୍ଲୁ ପିପିଲି, ସତ୍ୟବାଦୀରେ ନିୟନ୍ତ୍ରଣରେ ରହିଛି । ବିଭାଗ ପକ୍ଷରୁ ପୂର୍ବରୁ ୨ଟି ରାପିଡ଼ ରେସପନ୍ସ ଟିମ୍ ପଠା ଯାଇଥିଲା । ଏବେ ଆଉ ୨ଟି ଟିମ୍ ପଠାଯାଇଛି । ଔଷଧ ପ୍ରତିଷେଧକ ବ୍ୟବସ୍ଥାକୁ କଡାକଡି କରାଯାଇଛି । 

ଏବେ ବାର୍ଡ ଫ୍ଲୁ ନିମାପଡା ଡେଲାଙ୍ଗକୁ ବ୍ୟାପିଛି କି ନାହିଁ ଜାଣିବା ପାଇଁ ସେହି ସ୍ଥାନର କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ ଦିଆଯାଇଛି । ଯେଉଁମାନେ କୁକୁଡ଼ା ସଂସ୍ପର୍ଶରେ ଆସୁଛନ୍ତି ବା କୌଣସି ଲୋକଙ୍କୁ ଥଣ୍ଡା, କାଶ ହେଲେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଯିବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । 

You Can Read:

ପୂରଣ ହେବ ଖାଲି ପଡିଥିବା RI, ARI ଓ ଅମିନ ପଦବୀ ; ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ସଂଖ୍ୟା ବୃଦ୍ଧି କରାଯିବ : ରାଜସ୍ବ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.