ରାୟଗଡା ମାନୁଷପଦର ଡିପଥେରିଆର ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ

Published By : Prameya-News7 Bureau | June 24, 2024 IST

ରାୟଗଡା ୨୪।୬: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମାନୁଷପଦର ଗ୍ରାମରେ ଦେଖାଦେଇଥିବା ଡିପଥେରିଆ ରୋଗ ସଂକ୍ରାନ୍ତରେ ରାଜ୍ଯ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ୍ ରାୟଗଡା ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ ଭରଚୁଆଲ୍ ମାଧ୍ଯମରେ ସ୍ଥିତିର ସମୀକ୍ଷା କରିଛନ୍ତି । ଗତ ୧୫ ତାରିଖ ପରେ ଉକ୍ତ ଅଞ୍ଚଳରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ କାହାରି ମୃତ୍ଯୁ ହୋଇନଥିବା ଅଧିକାରୀ ମାନେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣାଇଥିଲେ । ସ୍ବାସ୍ଥ୍ୟ ମନ୍ତ୍ରୀ ବିଶେଷ ମାନୁଷପଦର ଗ୍ରାମରେ ପାନୀୟ ଜଳ, ରାସ୍ତାଘାଟ ସମେତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହ ସମସ୍ତେ ଯେପରି ଟୀକା ପାଇପାରିବେ ସେ ନେଇ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା କାଶୀପୁର ବ୍ଲକର ୧୮ଟି ଗ୍ରାମରେ ୬୧୭ ଜଣ । ଶିଶୁଙ୍କୁ ଟିକାକରଣ କରାଯାଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ଗ୍ରାମରେ ରାସ୍ତା ଓ ପାନୀୟ ଜଳ ଯୋଗାଣର ବ୍ଯବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। କଶୀପୁର ବ୍ଲକର ସମସ୍ତ ଗ୍ରାମରେ ଡାକ୍ତରୀଦଳଙ୍କ ପକ୍ଷରୁ ସର୍ଭିଲାନ୍ସ କାମ ଚାଲିଥିବା ବେଳେ ଯେଉଁ ଶିଶୁଙ୍କୁ ଟୀକାକରଣରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଟୀକାକରଣ କରିବା ପାଇଁ ବ୍ଯବସ୍ଥା କରାଯାଉଛି ।   ଡିପଥେରିଆ, ପେର୍ଟୁସିସ ଏବଂ ଟିଟାନସ ଟୀକାକରଣ ସ୍ବତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେବେ କାଶୀପୁର ବ୍ଲକରେ ସ୍ଥିତି ସ୍ବାଭାବିକ ରହିଛି ବୋଲି ରାୟଗଡା ଜିଲ୍ଲାପାଳ ମନୋଜ ସତ୍ଯବାନ ମହାଜନ ସୂଚନା ଦେଇଛନ୍ତି।

You Can Read :

ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦୁର୍ବ୍ୟବହାର : କଳାବ୍ୟାଚ୍ ପିନ୍ଧି କର୍ମଚାରୀଙ୍କ ପ୍ରତିବାଦ

 

 

  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.