ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦୁର୍ବ୍ୟବହାର : କଳାବ୍ୟାଚ୍ ପିନ୍ଧି କର୍ମଚାରୀଙ୍କ ପ୍ରତିବାଦ

Published By : Prameya-News7 Bureau | June 24, 2024 IST

ଆଠଗଡ ୨୪।୬: ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କୁ ର୍ଦୁବ୍ୟବହାର ଘଟଣାର ପ୍ରତିବାଦ । ସମସ୍ତ କର୍ମଚାରୀ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିଛନ୍ତି ।

ଗତ ୨୧ ତାରିଖ ଯୋଗ ଦିବସ ଦିନ ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ କୁମାର ବାରିକ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମେଡିକାଲରେ ବିଭିନ୍ନ ଅବ୍ୟବସ୍ଥା ଦର୍ଶାଇ ଅଧିକ୍ଷକଙ୍କ ସହ ଆଲୋଚନା କରୁଥିଲେ । ସେହି ସମୟରେ ଅଧିକ୍ଷକଙ୍କୁ ଉଚ୍ଚ ଭାଷାରେ କହିବା ସହ ଆଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଛି । ରୋଗୀ ମାନଙ୍କ ଆଗରେ ତାଙ୍କୁ ଅଙ୍ଗୁଳି ଉଠାଇ କଥା ହୋଇଥିବା ଅଭିଯୋଗ କରିଛନ୍ତି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ବିଜୟ କୁମାର ମିଶ୍ର । ଏହାର ପ୍ରତିବାଦରେ ଚିକିତ୍ସାଳୟର ସମସ୍ତ କର୍ମଚାରୀ କଳା ବ୍ୟାଚ୍ ପିନ୍ଧିବା ସହ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ଡ଼ାକ୍ତର କହିଛନ୍ତି । 

You Can Read :

5-T କ୍ଷେତ୍ରରେ ହୋଇଥିବା ଦୁର୍ନୀତିର ଖୋଳତାଡ଼ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ : ଗଣଶିକ୍ଷା ମନ୍ତ୍ରୀ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.