5-T କ୍ଷେତ୍ରରେ ହୋଇଥିବା ଦୁର୍ନୀତିର ଖୋଳତାଡ଼ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ : ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | June 24, 2024 IST

ଭୁବନେଶ୍ବର ୨୪।୬: ପୂଜା ପରେ କାର୍ଯ୍ୟାଳୟରେ ପ୍ରବେଶ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡ଼ିଆ ପରମ୍ପରା ଅନୁସାରେ ପୂଜା କରି କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ବିଭାଗରେ ଆମ ପାଇଁ ଯେଉଁ କାର୍ଯ୍ୟ ରହିଛି ନିର୍ବାହ କରିବୁ । ଗୁଣାତ୍ମକ ଶିକ୍ଷାର ବିକାଶ, ଅନୁସୂଚିତ କ୍ଷେତ୍ରରେ, ତଳ ସ୍ତର ଯାଏଁ ସରକାରୀ ଯୋଜନା ଯିବ, ପରିକଳ୍ପନା ହୋଇଛି । ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ତତ୍ପର ଅଛୁ । ଖୁବ୍‌ ଶୀଘ୍ର ଖାଲିଥିବା ପଦବୀ ପୂରଣ ହେବ । ଆମ ପାଖରେ ବିଭିନ୍ନ ପ୍ରକାର ସମସ୍ୟା ଅଛି । ଆଗାମୀ ଦିନରେ ସମାଧାନ କରାଯିବ । ଅନୁକୂଳ ପାଗ ରହିଛି, ସ୍କୁଲ ଚାଲିବାରେ କୌଣସି ଅସୁବିଧା ନାହିଁ । ସ୍କୁଲ ଚାଲିବ, ଶିକ୍ଷକ ବନ୍ଧୁ ମାନଙ୍କ ସହ ଆଲୋଚନା ହୋଇଛି । ଟ୍ରାନ୍ସଫର ହେବା ପରେ ଯାଉନାହାନ୍ତି । ଶିକ୍ଷାର ବିକାଶରେ ସହାୟକ ହୁଅନ୍ତୁ, କର୍ତ୍ତବ୍ୟ ପାଳନ କରନ୍ତୁ । ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ନକଲି ସାର୍ଟିଫିକେଟ୍‌ରେ ଚାକିରି ଉପରେ ଅନୁସନ୍ଧାନ କରାଯିବ । କାର୍ଯ୍ୟାନୁଷ୍ଠାନ ନିଆଯିବ । 5-T କ୍ଷେତ୍ରରେ ହୋଇଥିବା ଦୁର୍ନୀତିର ଖୋଳତାଡ଼ ହେବ । କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

You Can Read :

ସଂସଦରେ କଠୋର ଆଭିମୁଖ୍ୟ ରଖିବ ବିଜେଡି, ଲଢେଇ ଆରପାର ହେବ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.