ରାଇଜିଂ ଡେ’ ଅବସରରେ ବିଏସଏଫ ପକ୍ଷରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ

Published By : Prameya-News7 Bureau | September 28, 2024 IST

ବୈପାରୀଗୁଡା ୨୮।୯: ରାଇଜିଂ ଡେ’ ଅବସରରେ ରାମଗିରି ବିଏସଏଫ ପକ୍ଷରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ସହ ଡଗ୍ ସୋ ଅନୁଷ୍ଠିତ ହୋଇଯାଇଛି  l ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ସ୍ଥିତ ୧୮୦ ବିଏସଏଫ କ୍ୟାମ୍ପ ପରିସରରେ ଆୟଜିତ କାର୍ଯ୍ୟକ୍ରମରେ ବିଏସଏଫ ବ୍ୟବହାର କରୁଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ କରାଯାଇଛି l ତାଲିମପ୍ରାପ୍ତ କୁକୁର ନିଜର କଳା କୌଶଳ ପ୍ରଦର୍ଶନ କରିଥିଲେ l ପ୍ରତିରକ୍ଷା କ୍ଷେତ୍ରରେ ଆଗ୍ରହୀ ଥିବା ଛାତ୍ରଛାତ୍ରୀ ମାନେ ଅସ୍ତ୍ରଶସ୍ତ୍ର ଦେଖିବା ସହିତ ଏହାର ବ୍ୟବହାର ସମ୍ପର୍କରେ ବୁଝିଥିଲେ l ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା l ଭବିଷ୍ୟତରେ ସୀମାସୁରକ୍ଷା ବାହିନୀରେ ସାମିଲ ହେବା ପାଇଁ ପିଲାମାନେ ଇଚ୍ଛା ପ୍ରକାଶ କରିଛନ୍ତି l ସେପଟେ ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କ ମନରେ ନୂଆ ଉତ୍ସାହ ସୃଷ୍ଟି   କରିବା ସହିତ  ଆଗ୍ରହୀ ପିଲାଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯିବ ବୋଲି ରାମଗିରି ବିଏସଏଫ ଇନ୍ସପେକ୍ଟର ଆମ୍ବିକେଶ ଚୌଧୁରୀ  କହିଛନ୍ତି ।

You Can Read:

କେନ୍ଦୁଝର ବିଜାଗୁଠ ଅଞ୍ଚଳକୁ ଧସେଇ ପଶିଲେ ବଣୁଆ ହାତୀ ପଲ, ବିଲରେ ପଶି ଖାଇଗଲେ ଫସଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.