ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତକୁ ୨୦ବର୍ଷ ଜେଲ୍ ସହ ୮ ହଜାର ଟଙ୍କା ଜରିମନା

Published By : Prameya-News7 Bureau | September 28, 2024 IST

BREAKING NEWS

ବାଲେଶ୍ଵର ୨୮।୯: ନାବାଳିକା ଦୁଷ୍କର୍ମକାରୀକୁ ଜେଲ୍ ଦଣ୍ଡ । ନାବାଳିକାଙ୍କୁ କମ୍ପ୍ୟୁଟର କ୍ଲାସ ଯିବା ବାଟରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ହାଇଡ୍ରା ମେସିନ ଅପରେଟରକୁ ୨୦ ବର୍ଷ ଜେଲ୍ ଦଣ୍ଡ । ହାଇଡ୍ରା ଅପରେଟର ପ୍ରଭାତର ଘର ଢେଙ୍କାନାଳ ଅଞ୍ଚଳରେ । ପ୍ରଭାତକୁ ୨୦ବର୍ଷ ଜେଲ ଦଣ୍ଡ ସହ ୮ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ୍ ଦଣ୍ଡ । ଦଣ୍ଡ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ରଞ୍ଜନ କୁମାର ସୁତାର । ୧୨ ଜଣ ସାକ୍ଷୀ ଓ ୧୮ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି କୋର୍ଟ ରାୟ ଶୁଣାଇଛନ୍ତି । 

ନାବାଳିକାଙ୍କ ପରିବାର ପକ୍ଷରୁ ନାବାଳିକାଙ୍କୁ ଅପହରଣ କରାଯାଇଥିବା ବାଲେଶ୍ଵର ଜିଲ୍ଲା ଖଇରା ଥାନାରେ କେସ ନମ୍ବର ୨୪୧/୨୩ ମାମଲା ରୁଜୁ ହୋଇଥିଲା ।

You Can Read:

ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଜଗତସିଂହପୁରରେ ଘରୋଇ ହସ୍ପିଟାଲକୁ ରୋଗୀ ସ୍ଥାନାନ୍ତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.