ତତଲା କଡ଼େଇରେ ଭାଜି ହେଉଛି ସୁବର୍ଣ୍ଣପୁର : ବୋହୁଛି ଝାଞ୍ଜି ପବନ ଦିନ ୨ଟା ବାଜିଲେ ରାସ୍ତାଘାଟ ଶୂନଶାନ୍

Published By : Prameya-News7 Bureau | March 31, 2025 IST

ବିନିକା ୩୧ଗତ ଦୁଇ ଦିନ ହେବ ଜଳୁଛି ସାରା ଓଡ଼ିଶା । ତତଲା କଡ଼େଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା l ରବିବାର ସୁବର୍ଣ୍ଣପୁର ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସୋମବାର ମଧ୍ୟ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି l ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜିଲ୍ଲାରେ ଦିନ ୧୨ଟା ପରେ ଝାଞ୍ଜି ପବନ ବୋହୁଛି l ଝାଞ୍ଜି ପବନ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି l 

ସେପଟେ ଖରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳଛତ୍ରଟିର ବ୍ୟବସ୍ଥା ହୋଇନାହିଁ । ମାର୍ଚ୍ଚ ମାସ ଶେଷ ହେଲାଣି ଅଥଚ ଜନବହୁଳ ସ୍ଥାନ ଗୁଡିକରେ ଜଳଛତ୍ରର ବ୍ୟବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l 

ଗତ ୫ ଦିନ ହେବ ଜିଲ୍ଲାରେ ଦିନ ଯେତିକି ବଢ଼ୁଛି ସେତିକି ତାତି ବୃଦ୍ଧି ହେଉଛି l ଦିନ ୨ଟା ବେଳକୁ ରାସ୍ତାଘାଟ ସବୁ ଶୂନଶାନ ହେଉଥିବା ବେଳେ ଜରୁରୀ କାମ ନଥିଲା ଲୋକେ ଘରୁ ବାହାରକୁ ଆସୁନାହାନ୍ତି l ମୁଣ୍ଡଫଟା ଖରା ସାଙ୍ଗକୁ ମହାନଦୀରେ ପାଣି ନଥିବାରୁ ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

You Can Read:

କୋରାପୁଟକୁ ଲମ୍ବିଛି ଖଣି ଦୁର୍ନୀତିର ଚେର, ରାଜା ଚକ୍ରର ୧୩ ଟିପ୍ପର ସହ ଗୋଟିଏ ଜେସିବି ଜବତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.