୨୯ରୁ ଫେରିବ ଗ୍ରୀଷ୍ମ ପ୍ରବାହ, ୩୧ରୁ କାଳବୈଶାଖୀ ସମ୍ଭାବନା : ଭିଜିବ କେନ୍ଦ୍ରୀୟ, ଦକ୍ଷିଣ ସମେତ ଉତ୍ତର ଓଡ଼ିଶା

Published By : Prameya-News7 Bureau | March 26, 2025 IST

ଭୁବନେଶ୍ବର ୨୬: ପୁଣି ଫେରିବ ତାତି । ୨୯ରୁ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଅଭ୍ୟନ୍ତରୀଣ ଓଡ଼ିଶା ହେବ ବିଶେଷ ପ୍ରଭାବିତ । ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୫ ଜିଲ୍ଲା ହେଲା ସୋନପୁର, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର । ୩୧ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମର ଦାଉ ରହିବ । ତେବେ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । 

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଦକ୍ଷିଣ ପଶ୍ଚିମ ଦିଗ ସମେତ ଉତ୍ତର ଓଡ଼ିଶା ପଟୁ ପବନର ପ୍ରବାହ ରହୁଛି । ଫଳରେ ତାପମାତ୍ରା ସାମାନ୍ୟ ରହିବ । ଅଧିକ ତାପମାତ୍ରା ବୃଦ୍ଧି ସମ୍ଭାବନା ନାହିଁ । ଏଭଳି ପାଗ ରହିଲେ ୩୧ରୁ କାଳବୈଶାଖୀ ସମ୍ଭାବନା ରହୁଛି । ୩୧ ରୁ ୨ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହୋଇପାରେ । ମୁଖ୍ୟତଃ କେନ୍ଦ୍ରୀୟ ଓଡ଼ିଶା, ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମଧ୍ୟ କାଳ ବୈଶାଖୀ ବର୍ଷା ହୋଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।  

ତେବେ ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆସନ୍ତା ୩ ଦିନ ଯାଏଁ  ତାପମାତ୍ରା ୨-୪ ଡିଗ୍ରୀ  ସେଲସିୟସ ବୃଦ୍ଧି ପାଇପାରେ । 

You Can Read:

ରାଜନୈତିକ ଚକ୍ରାନ୍ତ କରି ବିଧାନସଭାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଉଛି, ଗୃହ ଚଳେଇ ନଦେବାକୁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.