ରାଜ୍ୟରେ କଲବଲ କରିବ ତାତି, ୧୭ ଜିଲ୍ଲାକୁ ହିଟ୍ଓ୍ୱେଭ୍ ଆଲର୍ଟ

Published By : Prameya-News7 Bureau | March 30, 2025 IST

ଭୁବନେଶ୍ୱର ୩୦।୦୩ : ଆଜି ବି ଜଳାଇବ ତାତି । ଭୀଷଣ ଖରା ଓ ତାତି ପ୍ରଭାବରେ ଅଧା ଓଡ଼ିଶା ଟକଟକ ହୋଇ ତାତିବ । ସବୁଠୁ ଭୟଙ୍କର ତାତିରେ କଲବଲ ହେବେ ପଶ୍ଚିମ ଓଡ଼ିଶାବାସୀ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ବହିବ। ଉପକୂଳ ଓଡ଼ିଶାରେ ବି ତ୍ରାହି ମିଳିବନି। ଭୀଷଣ ଗରମ ଓ ଗୁଳଗୁଳିରେ ଆଉଟପାଉଟୁ ହେବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ରବିବାର ଦିନ ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳରେ ଗ୍ରୀଷ୍ମପ୍ରବାହ ବହିପାରେ। ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର ଓ ଟିଟିଲାଗଡ଼ରେ ତାତି ୪୩ ଡିଗ୍ରୀ ସେଲସିୟସ୍ ଛୁଇଁପାରେ। ଅନୁଗୁଳ, ବୌଦ୍ଧ, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ରହିପାରେ। ଢେଙ୍କାନାଳରେ ୪୧ ଡିଗ୍ରୀ ଓ ବରଗଡ଼, ମାଲକାନଗିରି ଓ ବାରିପଦାରେ ତାତି ୪୦ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ଆସନ୍ତାକାଲିଠାରୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ।

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.