ସ୍ୱାଭାବିକ ସ୍ଥିତିକୁ ଫେରିବ ମୌସୁମୀ, ୬ରୁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !

Published By : Prameya-News7 Bureau | July 04, 2023 IST

ଭୁବନେଶ୍ବର ୪।୭: ସ୍ୱାଭାବିକ ସ୍ଥିତିକୁ ଫେରିବ ମୌସୁମୀ । ଏଭଳି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମଙ୍ଗଳବାରଠୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ତାରିଖରେ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ରହିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

wp:embed {"url":"https://www.prameyanews7.com/weather-update-in-odisha-288/","type":"wp-embed","providerNameSlug":"prameya-news-7"}
https://www.prameyanews7.com/weather-update-in-odisha-288/
/wp:embed

ରାଜ୍ୟରେ ମୌସୁମୀ ସଂପୂର୍ଣ୍ଣ ଦୂର୍ବଳ ହୋଇ ପଡିଛି । ସେଥିପାଇଁ ଜୁନ୍ ମାସରେ ଯେତିକି ବର୍ଷା ହେବା କଥା ସେତିକି ହୋଇନାହିଁ । ସାରା ଦେଶରେ ନିଅଣ୍ଟିଆ ବର୍ଷାକୁ ନେଇ ସ୍ଥିତି ସଂଗୀନ । ଦେଶରେ ସ୍ବାଭାବିକ ଠାରୁ ୧୦ ପ୍ରତିଶତ କମ୍ ବର୍ଷା ହୋଇଛି । ଅନେକ ରାଜ୍ୟରେ ସ୍ବାଭାବିକ ଠାରୁ ୬୦ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ଆକଳନ କରିଛି ଜୁଲାଇ ୧୫ ପର୍ଯ୍ୟନ୍ତ ବିଶେଷ ବର୍ଷାର ସମ୍ଭାବନା ନାହଁ ।

ସେହିପରି କାଁ ଭାଁ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ । ବର୍ତମାନ ଯେଉଁ ଘୂର୍ଣ୍ଣିବଳୟ ରହିଛି ତାହା ଲଘୁଚାପରେ ପରିଣତ ହେଲେ ସୁଧା ତାର ପ୍ରଭାବ ଆନ୍ଧ ଉପରେ ଅଧିକ ରହିବା ସହ ଦକ୍ଷିଣ ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ହେବ । ଜୁଲାଇ ମାସରେ ସାଧାରଣତ ଭଲ ବର୍ଷା ହେଉଥିବାରୁ ଚାଷୀଙ୍କ ପାଇଁ ଏହା ଜରୁରୀ ମାସ । ହେଲେ ଗତ ୨ -୩ ବର୍ଷ ହେବ ଜୁଲାଇ ଅପେକ୍ଷା ଅଗଷ୍ଟ ଓ ସେପଟେମ୍ବରରେ ଅଧିକ ବର୍ଷା ରେକର୍ଡ ହୋଇଛି । ତେଣୁ ଚଳିତ ବର୍ଷ ମଧ୍ୟ ୧୫ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ ।

You Can Read :

wp:embed {"url":"https://www.prameyanews7.com/couple-losses-life-under-tihidi-ps-of-bhadrak-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/couple-losses-life-under-tihidi-ps-of-bhadrak-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.