କନ୍ଧମାଳରେ ରାସ୍ତା ଉପରେ ଚାଲୁଛି ୮ରୁ ୧୦ଫୁଟ ପାଣି, ୨୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | July 26, 2024 IST

କନ୍ଧମାଳ ୨୬।୭: କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି । ଲଗାଣ ବର୍ଷା ଫଳରେ ୨୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି । ବର୍ଷା ପାଇଁ ବିଭିନ୍ନ ନଦୀର ଜଳସ୍ତର ବଢୁଛି । ଫିରିଙ୍ଗିଆ ବ୍ଲକର ମାଳିଜିରୁ ଓ ସୁନାମୁଦି ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଗୋଚ୍ଛାପଡା ଠାରୁ ସଲାଗୁଡା ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ୮ରୁ ୧୦ ଫୁଟ ପାଣି ପ୍ରବାହିତ ହେଉଛି । ୨୦ରୁ ୨୫ଗାଁକୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

You Can Read:

ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ନୀତି ଆୟୋଗ ବୈଠକରେ ଦେବେ ଯୋଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.