ବେରୁଟ: ଇସ୍ରାଏଲ୍ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି ହିଜବୁଲ୍ଲା। ଉଚିତ ସମୟ ଆସିଲେ ଆମେ ହମାସ ସହ ମିଶି ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛି ବୋଲି ଇରାନ ସମର୍ଥିତ ବୋଲି ହିଜବୁଲ୍ଲା ଉପମୁଖ୍ୟ ନାଇମ କ୍ୱାସୀମ କହିଛି।
ଲେବନାନର ଚରମପନ୍ଥୀ ସଂଗଠନ ହିଜବୁଲ୍ଲାକୁ ଇରାନ ସମର୍ଥନ ଦେଉଛି। ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ମତାଉଛି। ତେଣୁ ହିଜବୁଲ୍ଲା ଏବେ ଇସ୍ରାଏଲ୍ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ବୋଲି କହିଛି। ଶୁକ୍ରବାର ଯୁଦ୍ଧ ସମ୍ପର୍କରେ ପ୍ରତିକ୍ରିୟା ଦେଇ ହିଜବୁଲ୍ଲା ଡେପୁଟି ଚିଫ୍ ନାଇ କ୍ୱାସିମ ଏହି ସୂଚନା ଦେଇଛି।
ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ୍ରେ ୧୩୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏପଟେ ଇସ୍ରାଏଲ୍ ଗାଜା ଉପରେ ସବୁଆଡ଼ୁ ଆକ୍ରମଣ କରି ଚାଲିଛି। ଫଳରେ ଗାଜାରେ ୧୯୦୦ ଲୋକଙ୍କର ମୃତ୍ୟୁ ହେଲାଣି। ଏଥିରେ ଅଧିକାଂଶ ସାଧାରଣ ଜନାତ ରହିଛନ୍ତି। ଯେଉଁଥିରେ କେବଳ ୬୦୦ ଛୋଟ ପିଲା ଅଛନ୍ତି ବୋଲି ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି।
ହିଜବୁଲ୍ଲାନେତା କ୍ୱାସିମ କହିଛି “ଆମେ ହିଜବୁଲ୍ଲା ହିସାବରେ ଯୁଦ୍ଧରେ ସହଯୋଗ କରୁଛୁ ଆଗକୁ ମଧ୍ୟ ଆମ ଦୃଷ୍ଟିକୋଣ ହିସାବରେ ସହଯୋଗ କରିବୁ। ଆମେ ପୂରା ପ୍ରସ୍ତୁତ ଅଛୁ। ସମୟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।” ବେରୁଟ ଦକ୍ଷିଣ ରାଜ୍ୟରେ ଏକ ପାଲେଷ୍ଟାଇନ୍ ସମର୍ଥିତ ରାରିଲେ କ୍ୱାସିମ କହିଛନ୍ତି।
ପଢ଼ନ୍ତୁ-ଇସ୍ରାଏଲ୍ର ଏୟାର ଷ୍ଟ୍ରାଇକ୍ରେ ହମାସ ବାୟୁସେନା ମୁଖ୍ୟ ମୃତ
ଇରାନ ବିଦେଶ ମନ୍ତ୍ରୀ ବେରୁଟ ଗସ୍ତ ପରେ ହିଜବୁଲ୍ଲା ଏହି ମନ୍ତବ୍ୟ ଦେଇଛି। କ୍ୱାସିମ ଆହୁରି କହିଛନ୍ତି “ ପ୍ରମୁଖ ରାଷ୍ଟ୍ର, ଆରବ ରାଷ୍ଟ୍ର ଏବଂ ଜାତିସଂଘ ଦୂତମାନେ ମଧ୍ୟ ସିଧାସଳଖ ଓ ପରୋକ୍ଷା ଭାବେ ଆମକୁ ଯୁଦ୍ଧରେ ସାମିଲ ନହେବାକୁ କହୁଛନ୍ତି। ଏସବୁ ଆମ ଉଫରେ କୌଣସି ପ୍ରଭାବ ପକାଇବ ନାହିଁ। ହିଜବୁଲ୍ଲା ତାର କର୍ତ୍ତବ୍ୟ ବିଷୟରେ ଅବଗତ ଅଛି।” ସେପଟେ ଇସ୍ରାଏଲ ନିକଟରେ ହିଜବୁଲ୍ଲା ଓ ଲେବାନନରେ ଥିବା ପାଲେଷ୍ଟାଇନ୍ ସମର୍ଥିତ ସଂଗଠନ ସହ ମୁହାଁମୁହିଁ ହୋଇଥିଲା।