ଜୀବନରୁ ମାରିଦେବାକୁ ହୋଇଥିଲା ଯୋଜନା; ଷଡ଼ଯନ୍ତ୍ରର ବଡ଼ ଖୁଲାସା କଲେ ଶେଖ୍ ହସିନା

Published By : Prameya-News7 Bureau | January 18, 2025 IST

ନୂଆଦିଲ୍ଲୀ: ହତ୍ୟା ପାଇଁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର । କ୍ଷମତାରୁ ହଟିବା ପରେ ଜୀବନରୁ ମାରି ଦେବାକୁ ଚକ୍ରାନ୍ତ କରିଥିଲେ ବିରୋଧୀ । ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏଭଳି କିଛି ଖୁଲାସା କରିଛନ୍ତି । ବାଂଲାଦେଶ ଆଓ୍ବାମୀ ଲିଗ୍ ପାର୍ଟିର ଫେସବୁକ୍ ପେଜ୍‌ରେ ପୋଷ୍ଟ ହୋଇଥିବା ଅଡିଓ ମେସେଜରେ ଶେଖ୍ ହସିନା କହିଛନ୍ତି, ବିରୋଧୀଙ୍କ ଷଡ଼ଯନ୍ତ୍ରରୁ ବଞ୍ଚିଯାଇଛନ୍ତି ତାଙ୍କ ଭଉଣୀ ରେହେନା ଏବଂ ସେ ।  ମାତ୍ର ୨୦ରୁ ୨୫ ମିନିଟ୍ ବିଳମ୍ବ  ହୋଇଯାଇଥିଲେ ତାଙ୍କ ଜୀବନ ଚାଲିଯାଇଥାନ୍ତା ବୋଲି କହିଛନ୍ତି ହସିନା । 

ଗତବର୍ଷ ଅଗଷ୍ଟ ମାସରେ ବାଂଲାଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ହପ୍ତାହେ ମଧ୍ୟରେ ହିଂସାତ୍ମକ ରୂପ ଧାରଣ କରି ଶେଖ୍ ହସିନା ସରକାରଙ୍କୁ କ୍ଷମତାରୁ ଗାଦିଚ୍ୟୁତ କରିଥିଲା । ଆନ୍ଦୋଳନ ଏତେ ଭୀଷଣ ରୂପ ନେଇଥିଲେ ଏଥିରେ ପ୍ରାୟ ୬ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ହଜାର ହଜାର ଲୋକଙ୍କ ଆହତ ହୋଇଥିଲେ । ଆନ୍ଦୋଳନକାରୀ ମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ପରେ ଭୟ ଦେଶ ଛାଡ଼ିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ସେ ସେବେଠାରୁ ଭାରତରେ ଆଶ୍ରୟ ନେଇଛନ୍ତି । ଅନ୍ୟପଟେ ବାଂଲାଦେଶର ନୋବେଲ୍ ବିଜେତା ମହମ୍ମଦ ୟୁନୁସଙ୍କ ଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି । 

ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କହିଛନ୍ତି, ତାଙ୍କୁ ଅନେକ ଥର ଜୀବନରୁ ମାରି ଦେବାକୁ ଷଡ଼ଯନ୍ତ୍ର ହୋଇଥିଲା । ଅଗଷ୍ଟ ୨୧ ତାରିଖରେ ହୋଇଥିବା ହତ୍ୟା ଷଡ଼ଯନ୍ତ୍ର, କୋଟାଲିପାରାରେ ବିସ୍ଫୋରଣ ଏବଂ ୫ ତାରିଖରେ ହୋଇଥିବା ହତ୍ୟା ଷଡଯନ୍ତ୍ରରୁ ବଞ୍ଚିବା ସବୁ ଭଗବାନଙ୍କ ଆଶୀର୍ବାଦ । ଦେଶ ଛାରଖାର ହୋଇଯାଇଛି, ଘର ଜଳିଯାଇଛି । ହେଲେ ତାଙ୍କ ଜୀବନ ବଞ୍ଚିଯାଇଛି ବୋଲି ଶେଖ୍ ହସିନା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.