କଟକ: ରାଜ୍ୟରେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ହାଇକୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି କରିବା ସହ ନୂଆ କଟ ଅଫ୍ ମାର୍କ ସ୍ଥିର କରି ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉକି, ୨୦୨୩ ଅକ୍ଟୋବର ୨୩ ତାରିଖରେ ପ୍ରାୟ ୨୦ ହଜାର ଜୁନିଅର ଟିଚର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଲା ଏବଂ କିଛି ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାର ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି, ଗତ ଜାନୁଆରୀ ୧୯ ତାରିଖ ଦିନ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ। ପୂର୍ବରୁ ମେଧା ତାଲିକାକୁ ରଦ୍ଦ କରିଥିଲେ ଜଣିକିଆ ଖଣ୍ଡପୀଠ ।
ଆଉ ସେହି ପଦ ଗୁଡ଼ିକ ପୂରଣ କରିବାକୁ ସାନି ମେରିଟ ଲିଷ୍ଟ ପାଇଁ ପୁଣି ମାମଲା ଦାୟର ହୋଇଥିଲା। ଏମିତିରେ ଖାଲି ଥିବା ପଦବୀ ପୂରଣ କରିବାକୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।