ନିଜ ଘରକୁ ଫେରିଲେ ହକି ତାରକା ଅମିତ ରୋହିଦାସ, ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵାଗତ ସମ୍ଵର୍ଦ୍ଧନା

Published By : Prameya-News7 Bureau | August 23, 2024 IST

ସୁନ୍ଦରଗଡ ୨୩।୮: ପ୍ୟାରିସ ଅଲିମ୍ପିକରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ପାଇବା ପରେ ଖେଳାଳି ମାନେ ନିଜ ଘରକୁ ଫେରିଛନ୍ତି । ଏହି ଅବସରରେ ଭାରତୀୟ ପୁରୁଷ ହକି ଦଳରେ ଏକମାତ୍ର ଓଡିଆ ଖେଳାଳି ଭାବେ ସ୍ଥାନ ପାଇଥିବା ଅମିତ ରୋହିଦାସ ମଧ୍ୟ ନିଜ ଜନ୍ମମାଟି ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ସଉନାମୁରାରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ସ୍ଵାଗତ ସମ୍ଵର୍ଦ୍ଧନା ଜଣାଇଥିଲେ । ଏହାପରେ ଅଲମ୍ପିଆନ ଅମିତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵାଗତ ସମ୍ଵର୍ଦ୍ଧନା ଦିଆଯାଇଥିଲା । ସ୍ଥାନୀୟ ସର୍କିଟ ହାଉସରୁ ଏକ ରୋଡ୍ ଶୋ’ ବାହାରି ସହର ପରିକ୍ରମା କରିବା ପରେ ସ୍ଥାନୀୟ ବିକାଶ ଭବନ ଠାରେ ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବାଲିଶଙ୍କରା  ସଉନାମୁରା ଭଳି ଏକ ଛୋଟ ଗାଁରୁ ଅମିତ କିଭଳି ଭାବରେ ନିଜର ଯାତ୍ରା ଅ।ରମ୍ଭ କରିଥିଲେ ଓ ସବୁ ସମୟରେ ଭାଙ୍ଗି ନପଡି ନିଜ ଉପରେ ବିଶ୍ଵାସ ରଖିଲେ ନିଶ୍ଚିତ ସଫଳତା ମିଳିପାରିବ ବୋଲି କହିଥିଲେ । କ୍ଵାର୍ଟର ଫାଇନାଲରେ ରେଡ୍ କାର୍ଡ ମିଳିବା ପରେ ତାଙ୍କୁ ଏକ ରୁମରେ ତାଲା ପକାଇ ରଖାଯାଇଥିଲା ତଥାପି ଭାରତୀୟ ଦଳ ୧୦ ଜଣରେ ଖେଳି ବିଜୟୀ ହୋଇଥିଲେ ବୋଲି ଅମିତ କହିଥିଲେ ।   

ରୋଡ୍ ଶୋ’ରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ କ୍ରୀଡା ଛାତ୍ରାବାସ, ଓ ବିଭିନ୍ନ ଅନୁଷ୍ଠାନର ଛାତ୍ର/ଛାତ୍ରୀ ମାନେ ସାମିଲ ହୋଇଥିଲେ । ସମ୍ବର୍ଦ୍ଧନା ସଭାରେ ଏସପି ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଅଭିମନ୍ୟୁ ମାଝୀ, ଅମିତଙ୍କ କୋଚ୍ ବିଜୟ ଲାକ୍ରା ଉପସ୍ଥିତ ଥିଲେ । ଜିଲ୍ଲାପାଳ ଅନ୍ୟ ଅଧିକାରୀ ମାନେ ଅମିତଙ୍କୁ ପୁଷ୍ପ ଗୁଚ୍ଛ, ମୋମେଣ୍ଟୋ ଦେଇ ସମ୍ଵର୍ଦ୍ଧନା ଜଣାଇଥିଲେ ।

ବାଲିଶଙ୍କରା ବ୍ଲକର ସଉନାମୁରା ଅନେକ ଆନ୍ତର୍ଜାତୀୟ ହକି ଖେଳାଳିଙ୍କୁ ଜନ୍ମ ଦେଇଛି ମାତ୍ର ଆଜି ବି ଅବହେଳିତ ଅବସ୍ଥାରେ ପଡିରହିଛି ଏହି ଗାଁ, ବିଦ୍ୟୁତ, ରାସ୍ତା ସମସ୍ୟା ଲାଗିରହିଛି ଅନେକ ଥର ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି ମାତ୍ର ଫଳ ଶୂନ । ତେଣୁ ଅ।ଜି ଅଲମ୍ପିଅ।ନ ଅମିତ ଜିଲ୍ଲା ପ୍ରଶାସନର ସମ୍ଵର୍ଦ୍ଧନା ସଭାରେ ଜିଲ୍ଲାପାଳଙ୍କୁ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି । ଅମିତ କହିଛନ୍ତି ଗତ ୩ ବର୍ଷ ତଳେ ତତ୍‌କାଳୀନ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲି । ମାତ୍ର ହୋଇପାରିଲା ନାହିଁ ଏଣୁ ଅ।ଜି ସମସ୍ତଙ୍କ ସାମ୍ନାରେ ଜଣାଇଲି । ଅ।ଶା ଅଛି ସମସ୍ୟାର ସମାଧାନ ହେବ ।

You Can Read:

ସ୍କୁଲ ଭିତରେ ପଶି ଲୁଟ୍, ଶିକ୍ଷୟିତ୍ରୀଙ୍କ ଠାରୁ ସୁନା ଚେନ୍ ଓ କାନଫୁଲ ଝାମ୍ପିନେଲେ ଦୁର୍ବୃତ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.