ସ୍କୁଲ ଭିତରେ ପଶି ଲୁଟ୍, ଶିକ୍ଷୟିତ୍ରୀଙ୍କ ଠାରୁ ସୁନା ଚେନ୍ ଓ କାନଫୁଲ ଝାମ୍ପିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | August 23, 2024 IST

କରଞ୍ଜିଆ ୨୩।୮: ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟ୍ । ଦୁଇ ଶିକ୍ଷୟିତ୍ରୀଙ୍କ ଠାରୁ ସୁନା ଚେନ୍ ଓ କାନଫୁଲ ଲୁଟିନେଲେ ଦୁର୍ବୃତ୍ତ । ଲୁଟ୍ କରି ବାଇକ୍‌ରେ ଛୁ ମାରିଲେ ଦୁର୍ବୃତ୍ତ । 

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ-ଠାକୁରମୁଣ୍ଡା ରାସ୍ତା କଡ଼ରେ ଥିବା ଭାଟିସାହି ପ୍ରାଥମିକ ବିଦ୍ୟାଳୟରେ ଲୁଟ୍ । ସ୍କୁଲରେ ପଶି ଦୁଇ ଶିକ୍ଷୟିତ୍ରୀଙ୍କ ଠାରୁ ଲୁଟି ନେଲେ ଦୁର୍ବୃତ୍ତ । ଶିକ୍ଷୟିତ୍ରୀ ପିନ୍ଧିଥିବା ଗହଣା ଲୁଟିନେଇଛନ୍ତି । ତେବେ ଗହଣା ଲୁଟ୍ ନେଇ କରଞ୍ଜିଆ ଥାନାରେ ଏତଲା ଦେଲେ ଦୁଇ ଶିକ୍ଷୟିତ୍ରୀ । ଏତଲା ଆଧାରରେ କରଞ୍ଜିଆ ଥାନା ପୋଲିସ ଛାନଭିନ୍ ଜାରି ରଖିଛି ।

You Can Read:

ଚିକିଟି ମଦ ମୃତ୍ୟୁ ଘଟଣାରେ ବନ୍ଧାହେଲେ ଆଉ ଜଣେ, ୮ରେ ପହଞ୍ଚିଲା ଗିରଫ ସଂଖ୍ୟା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.