ରଥଯାତ୍ରାରେ ଗଲେ କିନ୍ତୁ ହୋଇପାରିଲାନି ନୀଳାଦ୍ରି ବିଜେ : ରଥାରୂଢ ହୋଇ ରହିଛନ୍ତି ଚତୁର୍ଦ୍ଧାମୂର୍ତ୍ତି

Published By : Prameya-News7 Bureau | August 10, 2024 IST

ଟାଙ୍ଗୀ ୧୦ମନ୍ଦିରରୁ ପହଣ୍ଡି ହୋଇ ରଥଯାତ୍ରାରେ ଗଲେ, ହେଲେ ନୀଳାଦ୍ରି ବିଜେ ନହୋଇ ସେହିଭଳି ରଥାରୂଢ ହୋଇ ରହିଲେ ପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା । ଠାକୁରଙ୍କ ନୀଳାଦ୍ରି ବିଜେ ହୋଇପାରିଲା ନାହିଁ । ଅଖିଆ-ଅପିଆ ରହିଲେ । ଏପରିକି ପୂଜାର୍ଚ୍ଚନା ମଧ୍ୟ ହେଲା ନାହିଁ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ମଙ୍ଗଳାଯୋଡି ଗ୍ରାମରେ ଦେଖିବାକୁ ମିଳିଛି । ଯାହାକି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଛି ।

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ମଙ୍ଗଳାଯୋଡି ଗ୍ରାମରେ ରହିଛି ପତିତପାବନଙ୍କ ମନ୍ଦିର । ଆଉ ଏହି ମନ୍ଦିରରେ ଦୀର୍ଘଦିନ ଧରି ପୂଜା ପାଉଥିଲେ ଏହି ବିଗ୍ରହ । ରଥଯାତ୍ରା ବେଳେ ଗାଁର କେତେକ ଯୁବକ ରଥଯାତ୍ରା ପାଳନ କରୁଥିଲେ । ଆଉ ସେହି ରଥଯାତ୍ରାରେ ଏହି ବିଗ୍ରହ ସ୍ଥାନ ପାଇଥିଲେ । ରଥଯାତ୍ରା ସରିବା ପରେ ମନ୍ଦିର ପୂଜକ ଏହି ବିଗ୍ରହଙ୍କୁ ସ୍ୱତନ୍ତ୍ର ମନ୍ଦିର ନିର୍ମାଣ କରି ସେଠାରେ ପୂଜାର୍ଚ୍ଚନା କରିବା ପାଇଁ ସେହି ଯୁବକ ମାନଙ୍କୁ କହିଥିଲେ । ମାତ୍ର କେହି କର୍ଣ୍ଣପାତ କଲେ ନାହିଁ । ବିଗ୍ରହଙ୍କ ପୂଜାର୍ଚ୍ଚନା ଖର୍ଚ୍ଚ ବ୍ୟବସ୍ଥା ମଧ୍ୟ କେହି କଲେ ନାହିଁ । ତେଣୁ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇ ଦେଲେ ପୂଜକ । ସେହି ଦିନଠାରୁ ଠାକୁର ଖରାବର୍ଷାରେ ସେହିଭଳି ରଥାରୂଢ ହୋଇ ରହିଗଲେ ।

You Can Read:

ସ୍ପେଶାଲ ପରମିଟ୍‌ରେ ଯାତ୍ରୀ ପରିବହନ, ବସ୍‌କୁ ୧୦ହଜାର ଟଙ୍କା ଫାଇନ୍ କଲା ଭଦ୍ରକ RTO

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.