ସ୍ପେଶାଲ ପରମିଟ୍‌ରେ ଯାତ୍ରୀ ପରିବହନ, ବସ୍‌କୁ ୧୦ହଜାର ଟଙ୍କା ଫାଇନ୍ କଲା ଭଦ୍ରକ RTO

Published By : Prameya-News7 Bureau | August 10, 2024 IST

ଭଦ୍ରକ ୧୦ବସ୍‌କୁ ୧୦ ହଜାର ଟଙ୍କା ଫାଇନ୍ I ସ୍ପେଶାଲ ପରମିଟ୍‌ରେ ଯାତ୍ରୀ ପରିବହନ ପାଇଁ କଟିଲା ଫାଇନ୍ । ୧୦ ହଜାର ଟଙ୍କା ଫାଇନ୍ ଲଗାଇଛି ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ । ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର ପଟୁ ଆସୁଥିବା ଏକ ବସ୍‌କୁ ଅଟକାଇଥିଲା ଭଦ୍ରକ ଆର୍‌ଟିଓର ଇଣ୍ଟରସେପ୍ଟର । କାଗଜପତ୍ର ଯାଞ୍ଚ ବେଳେ ବସ୍‌ର ସ୍ପେଶାଲ ପରମିଟ୍ ରହିଥିଲା । କିନ୍ତୁ ଯାତ୍ରୀଙ୍କୁ ଟିକେଟ୍ ଦେବା ସହ ଟଙ୍କା ଆଦାୟ ମଧ୍ୟ ହୋଇଥିଲା । ବସ୍‌ରେ ଗାଡିର ରୁଟ୍ ବୋର୍ଡ ମଧ୍ୟ ରହିଥିଲା । ଯାତ୍ରୀ ପରିବହନ ପାଇଁ ଆବଶ୍ୟକ ରୁଟ୍ ପରିମିଟ୍ ନଥିବାରୁ ଗାଡିର ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପରେ ୧୦ହଜାର ଟଙ୍କାର ଫାଇନ କରାଯାଇଛି ।

You Can Read:

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ, କହିଲେ- ଉତ୍ତରପ୍ରଦେଶରୁ ଟ୍ରେନ୍ ଯୋଗେ ଆସିବ ଆଳୁ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.