ପତ୍ନୀଙ୍କ ଅଭିଯୋଗ ଉପରେ ନୀରବତା ଭାଙ୍ଗିଲେ ହନି ସିଂ, ଫ୍ୟାନ୍ସଙ୍କୁ ଦେଲେ ସ୍ୱତନ୍ତ୍ର ମେସେଜ୍

Published By : Prameya-News7 Bureau | August 07, 2021 IST

ମୁମ୍ବାଇ ୦୭/୦୮ : ପତ୍ନୀ ଶାଲିନୀ ତଲୱାରଙ୍କ ଅଭିଯୋଗ ହେତୁ ଗାୟକ ତଥା ରାପର ହନି ସିଂ ଏବେ ଚର୍ଚ୍ଚାରେ । ପାରିବାରିକ ହିଂସା ଅଭିଯୋଗରେ ଶାଲିନୀ ସ୍ୱାମୀ ହନି ସିଂଙ୍କ ବିରୋଧରେ ଦିଲ୍ଲୀର ଟିସ ହାଜାରି କୋର୍ଟରେ ଆବେଦନ କରିଥିଲେ । ବର୍ତ୍ତମାନ ପ୍ରଥମ ଥର ପାଇଁ ହନି ସିଂ ଏହି ଅଭିଯୋଗ ଉପରେ ନୀରବତା ଭାଙ୍ଗି ସୋସିଆଲ ମିଡିଆରେ ନିଜର ବିବୃତ୍ତି ସେୟାର କରିଛନ୍ତି।

{"width":632,"height":391}
Yo Yo Honey Singh Has This Person In Life Who Predicts Whether His Song  Will Be A Hit Or A Flop

ହନି ସିଂ ଲେଖିଛନ୍ତି, ‘୨୦ ବର୍ଷର ମୋର ସାଥୀ/ପତ୍ନୀ ଶାଲିନୀ ତଲୱାରଙ୍କ ଦ୍ୱାରା ମୋ ଉପରେ ଏବଂ ମୋ ପରିବାର ଉପରେ ଲଗାଯାଇଥିବା ମିଥ୍ୟା ଅଭିଯୋଗରେ ମୁଁ ଅତ୍ୟନ୍ତ ଦୁଃଖିତ । ଏହି ଅଭିଯୋଗ ଗଭୀର ନିନ୍ଦନୀୟ। ମୋର ଗୀତ ପାଇଁ କଠୋର ସମାଲୋଚନା, ମୋ ସ୍ୱାସ୍ଥ୍ୟ ଉପରେ କଳ୍ପନାଜଳ୍ପନା ଏବଂ ନକାରାତ୍ମକ ଗଣମାଧ୍ୟମର କଭରେଜ୍ ସତ୍ତ୍ୱେ ମୁଁ କୌଣସି ସାର୍ବଜନୀନ ବିବୃତ୍ତି କିମ୍ବା ପ୍ରେସ୍ ନୋଟ୍ ଦେଇ ନାହିଁ । ତଥାପି ଏଥର ମୁଁ ଏହି ପ୍ରସଙ୍ଗରେ ନୀରବ ରହିବା ଠିକ୍ ମନେ କଲି ନାହିଁ କାରଣ କିଛି ଅଭିଯୋଗ ମୋ ପରିବାର, ମୋର ବୃଦ୍ଧ ବାପା-ମା ଏବଂ ସାନ ଭଉଣୀ ଉପରେ ଲଗାଯାଉଛି - ଯିଏକି କଠିନ ସମୟରେ ମୋ ସହିତ ଠିଆ ହୋଇଥିଲେ। ମୁଁ ଏହି ଇଣ୍ଡଷ୍ଟ୍ରି ସହିତ ୧୫ ବର୍ଷରୁ ଅଧିକ ସମୟ ଧରି ଜଡିତ ଅଛି ଏବଂ ସାରା ଦେଶର କଳାକାର ଏବଂ ସଂଗୀତଜ୍ଞମାନଙ୍କ ସହିତ କାମ କରିଛି । ମୋ ପତ୍ନୀଙ୍କ ସହ ମୋର ସମ୍ପର୍କ ବିଷୟରେ ସମସ୍ତେ ଅବଗତ ଅଛନ୍ତି, ଏବଂ ସେ  ସବୁବେଳେ ମୋ ସହିତ ସୁଟିଂ, ଇଭେଣ୍ଟ ଏବଂ ମିଟିଂରେ ଯାଇଛନ୍ତି ।’

wp:html
/wp:html

ହନି ସିଂ ଆହୁରି ଲେଖିଛନ୍ତି, 'ମୁଁ ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରୁଛି କିନ୍ତୁ ମୁଁ ଏଥିରେ ଅଧିକ ମନ୍ତବ୍ୟ ଦେବି ନାହିଁ କାରଣ ଏହି ମାମଲା କୋର୍ଟରେ ବିଚାରଧୀନ । ମୋର ଏହି ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ମୁଁ ନିଶ୍ଚିତ ଯେ ଶୀଘ୍ର ସତ୍ୟ ପ୍ରକାଶ ପାଇବ । ମାମଲା କୋର୍ଟରେ ଅଛି ଏବଂ ମାନ୍ୟବର କୋର୍ଟ ମୋତେ ଏଭଳି ଅଭିଯୋଗର ଜବାବ ଦେବାର ସୁଯୋଗ ଦେଇଛନ୍ତି। ମୁଁ ମୋର ପ୍ରଶଂସକ ଏବଂ ଜନସାଧାରଣଙ୍କୁ ଅନୁରୋଧ କରୁଛି ଯେ ମୋର ଏବଂ ମୋ ପରିବାର ବିଷୟରେ କୌଣସି କମେଣ୍ଟ୍ ଦିଅନ୍ତୁ ନାହିଁ ଯେପର୍ଯ୍ୟନ୍ତ ଉଭୟ ପକ୍ଷର ଶୁଣାଣି ଶୁଣିବା ପରେ ମାନ୍ୟବର କୋର୍ଟ କୌଣସି ସିଦ୍ଧାନ୍ତ ନେଇ ନାହାଁନ୍ତି ।’

ତାଙ୍କ ବିବୃତ୍ତି ଶେଷରେ ହନି ସିଂ ଲେଖିଛନ୍ତି, 'ମୋର ବିଶ୍ୱାସ ଯେ ନ୍ୟାୟ ପ୍ରଦାନ କରାଯିବ ଏବଂ ସତ୍ୟତା ଜିତିବ। ସବୁଥର ପରି, ମୋର ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ମୁଁ କୃତଜ୍ଞ, ଯେଉଁମାନେ ମୋତେ ଅଧିକ ପରିଶ୍ରମ କରିବାକୁ ଏବଂ ଭଲ ସଂଗୀତ ତିଆରି କରିବାକୁ ପ୍ରେରଣା ଦେଇଛନ୍ତି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.