ଶରୀରରେ କେତେ ଆବଶ୍ୟକ ଫାଇବର, ଜାଣନ୍ତୁ ଏହା ଅଭାବରୁ କଣ ହୁଏ ...

Published By : Prameya-News7 Bureau | June 14, 2024 IST

ନୂଆଦିଲ୍ଲୀ ୧୪।୦୬: ସୁସ୍ଥ ରହିବା ପାଇଁ ବହୁ ପୋଷକ ତତ୍ତ୍ଵର ଆବଶ୍ୟକତା  ରହିଛି । ଯେପରିକି ଫାଇବର । ଜାଣନ୍ତି କି ଏହାର  ଅଭାବ ଶରୀର ପାଇଁ କେତେ କ୍ଷତିକାରକ? ଏହା ଓଜନ  କମାଇବାଠାରୁ ଆରମ୍ଭ କରି ହୃଦୟ ରୋଗରୁ ରକ୍ଷା କରିବା  ଯାଏ ବହୁତ କିଛିରେ ସହାୟକ ହୋଇଥାଏ ।

 ଫାଇବର କ'?

ବାସ୍ତବରେ କହିବାକୁ ଗଲେ ଫାଇବର ହେଉଛି, ଆମେ ଯାହା  ଖାଉଛେ ସେସବୁକୁ ଠିକ୍‌ ଭାବେ ହଜମ କରିବାରେ ଫାଇବର  ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ଶରୀରକୁ ସିଧାସଳଖ  ଭାବେ କୌଣସି ପୋଷକ ତତ୍ତ୍ୱ ଯୋଗାଇ ନଥାଏ, କିନ୍ତୁ ସୁସ୍ଥ  ଜୀବନଶୈଳୀ ପାଇଁ ଡାଏଟ୍‌ରେ ଏହାକୁ ସାମିଲ୍‌ କରିବ ଖୁବ୍‌  ଜରୁରି। ଏହା ସାହାର୍ଯ୍ୟରେ ହିଁ ବ୍ୟକ୍ତି ଅଧିକ ସମୟ ଯାଏ  ଭୋକ ଅନୁଭବ କରି ନଥାଏ। ଏହା ଓଭର ଇଟିଙ୍ଗ୍‌ଠାରୁ ରକ୍ଷା  କରିବା ସହ ଓଜନ କମାଇବାରେ ସହଯୋଗ କରିଥାଏ ।  ଚାଲନ୍ତୁ ଜାଣିବା ଫାଇବର କ’ଣ? ଶରୀରରେ ଏହାର  ଆବଶ୍ୟକତା ଓ ଅଭାବରୁ ହେଉଥିବା କ୍ଷତି ବିଷୟରେ ।  

କାହିଁକି ଦରକାର ଫାଇବର?  

ଫାଇବର ଏକ ପ୍ରକାର କାର୍ବୋ ହାଇଡ୍ରେଟ୍‌ । ଏହା  ହଜମ ପ୍ରକ୍ରିୟାକୁ ସୁଚାରୁ ରୂପେ ନିୟନ୍ତ୍ରିତ କରିବାରେ  ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।  ଏହା ଦୁଇପ୍ରକାରର ହୋଇଥାଏ ।  ପ୍ରଥମତଃ ଘୂର୍ଣ୍ଣନଶୀଳ ଓ  ଦ୍ୱିତୀୟତଃ ଅଘୂର୍ଣ୍ଣନଶୀଳ  ଫାଇବର । ଘୂର୍ଣ୍ଣନଶୀଳ  ଫାଇବର ଦ୍ୱାରା ଖାଦ୍ୟ  ସହଜରେ ପାଣିରେ   ମିଶିଯାଇଥାଏ । ଏହା  ଶରୀରରେ ତରଳ  ପ ଦ । ଥ ର୍ ଭ । େ ବ  ରୂପାନ୍ତରିତ ହୋଇ କୋଲେଷ୍ଟେରଲ୍‌କୁ ନିୟନ୍ତ୍ରିତ କରିବାରେ  ସହଯୋଗ କରିଥାଏ । ସେଥିପାଇଁ ମଧୁମେହ ଓ ରକ୍ତଚାପ  ରୋଗୀଙ୍କୁ ଡାଏଟ୍‌ରେ ଅଧିକ ଘୂର୍ଣ୍ଣନଶୀଳ ଫାଇବର ନେବାକୁ  ପରାମର୍ଶ ଦିଆଯାଇଥାଏ । ଦ୍ୱିତୀୟତଃ ଅଘୂର୍ଣ୍ଣନଶୀଳ ଫାଇବର   ଓଜନ କମାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁବ୍‌ ସହାୟକ  ହୋଇଥାଏ । ଏହା ଶରୀରରେ ଥିବା ଅଦରକାରୀ ଖାଦ୍ୟକୁ  ସଫା କରିବାରେ ସହାର୍ଯ୍ୟ କରିଥାଏ ।  

କେଉଁଠୁ ମିଳେ ଫାଇବର୍‌

ଫାଇବରଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କେତେକ ରୋଗରୁ ମୁକ୍ତି  ମିଳିଥାଏ । ଫାଇବର ଗହମ ଅଟା, ସବୁଜ ପତ୍ରଯୁକ୍ତ ପରିବା,  ସାଲାଡ, ଟମାଟୋ, ପିଆଜ, ଚୋପାଯୁକ୍ତ ଡାଲି, ଶାକରକନ୍ଦ,  ସୁଜି, ବେସନ, ଦଲିଆ, ଅଙ୍ଗୁର ଓ ସେଓ ଆଦିରୁ ଭରପୂର  ମାତ୍ରାରେ ମିଳିଥାଏ । ଯଦି ବ୍ୟକ୍ତିଠାରେ ମଧୁମେହ କିମ୍ବା   ମୋଟାପଣ ସମସ୍ୟା ରହିଥାଏ, ତେବେ ଏସବୁ ଖାଦ୍ୟକୁ  ଡାଏଟ୍‌ରେ ସାମିଲ୍‌ କରିବା ଆବଶ୍ୟକ ।  

ଅଭାବରୁ ହେଉଥିବା କ୍ଷତି 

ଶରୀରକୁ ଆବଶ୍ୟକ ପର୍ଯ୍ୟାପ୍ତ ମାତ୍ରାର  ଫାଇବର ନ ମିଳିବା ଦ୍ୱାରା ପାଚନ  ତନ୍ତ୍ର ବିଗିଡ଼ି ଯାଇଥାଏ । ଫଳରେ ପେଟ  ସମସ୍ୟା, ମୁହଁରେ ବ୍ରଣ, ପାଟିରେ ଅଲସର୍‌  ପରି ସମସ୍ୟା ଦେଖା ଦେଇଥାଏ ।  ଏହାବ୍ୟତୀତ ଫାଇବର  ଅଭାବରୁ ଗ୍ୟାସ୍‌, କବ୍ଚ,  ବଦ୍‌ହଜମୀ ଓ ଏସିଡିଟି  ପରି ସମସ୍ୟା ଉପୁଜିଥାଏ ।  ସେହିପରି ହୃଦୟଜନିତ  ସମସ୍ୟା, ଅନ୍ତଃନଳୀ  କର୍କଟ ଇତ୍ୟାଦି ମଧ୍ୟ  ଆସିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.