International Yoga Day 2024: ଏହି ସବୁ ଯୋଗ କଲେ ଶରୀରରେ ଆସେ ଚମକ, ମନ ରୁହେ ପ୍ରଫୁଲ୍ଲିତ

Published By : Prameya-News7 Bureau | June 20, 2024 IST

ନୂଆଦିଲ୍ଲୀ: ଯୋଗ କେବଳ ଶାରୀରିକ ଆରୋଗ୍ୟ ଏବଂ ଫିଟନେସ୍ ନୁହେଁ, ଏହା ସୁସ୍ଥତା ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟକୁ ଅନ୍ତର୍ଭୁକ୍ତ କରେ । ଯେଉଁଥିରେ ଭାବପ୍ରବଣ, ମାନସିକ ଏବଂ ଆଧ୍ୟାତ୍ମିକ ଦିଗ ଅନ୍ତର୍ଭୁକ୍ତ । ଯୋଗାଭ୍ୟାସ ଶ୍ୱାସକ୍ରିୟା ନିୟନ୍ତ୍ରଣ ସହ ଏକାଗ୍ରତା ଆଣିବାରେ ସହାୟକ ହୋଇଥାଏ । ଯୋଗ ଆମର ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ବହୁ ବର୍ଷ ଧରି ଏହା ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଆସିଛି । ଏହାକୁ ଧ୍ୟାନରେ ରଖି ଯୋଗ ବିଷୟରେ ଅଧିକରୁ ଅଧିକ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜୁନ୍ ୨୧କୁ ପ୍ରତିବର୍ଷ 'ଅନ୍ତର୍ଜାତୀୟ ଯୋଗ ଦିବସ' ଭାବରେ ପାଳନ କରାଯାଏ । ତେବେ ଏହି ଯୋଗ ଦିବସ କିଛି ଯୋଗାସନ ବିଷୟରେ ଜାଣିବା । 

ଶୀର୍ଷାସନ:-ଶୀର୍ଷାସନ କରିବା ଦ୍ୱାରା ମୁହଁ ଓ ମସ୍ତିଷ୍କକୁ ଠିକ୍‌ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ। ରକ୍ତ ସଞ୍ଚାଳନ ଠିକ୍‌ ଭାବେ କରି ଏହା ତ୍ୱଚା ଖରାପ ହେଉଥିବା ଜିନିଷକୁ ଅଟକାଇବା ସହ ଚେହେରରେ ପଡ଼ୁଥିବା ଗାରକୁ କମ୍‌ କରିଥାଏ। ଯେହେତୁ ଏହା ମାଧ୍ୟକର୍ଷଣ ଶକ୍ତିର ପ୍ରଭାବକୁ ରୋଧ କରିଥାଏ,ଏହା ଚେହେରାରେ ମଧ୍ୟ ଚମକ୍‌ ଆଣିଥାଏ।

ଧନୁରାସନ:- ଧନୁରାସନ ହଜମକ୍ରିୟା ସକ୍ରିୟ ହେବା ସହ ଫୁସ୍‌ଫୁସ୍‌କୁ ଅଧିକ ଅମ୍ଳଜାନ ପହଞ୍ଚାଇଥାଏ। ଏହା ମେରୁଦଣ୍ଡକୁ ମଧ୍ୟ ଆରାମ ଦେଇଥାଏ। ଏହାଦ୍ୱାରା ରକ୍ତରୁ ବିଷାକ୍ତ ଜିନିଷ ବାହାରିଥାଏ ଓ ତ୍ୱଚାକୁ ଶୁଦ୍ଧ ଓ ନିର୍ମଳ କରିଥାଏ।

ହଳାସନ:- ଏହି ଯୋଗାସନ ଥାଇରଏଡ୍‌ ଗ୍ଲାଣ୍ଡ୍‌କୁ ସନ୍ତୁଳିତ ରଖିବା ସହ ହର୍ମୋନ୍‌କୁ ନିୟନ୍ତ୍ରିତ କରିଥାଏ।  ଏଥିସହ ମୁହଁରେ ଚମକ ମଧ୍ୟ ଆଣିଥାଏ। 

ଅନୁଲୋମବିଲୋମ ଓ କପାଳଭାତି:- ନିୟମିତ ଅନୁଲୋମବିଲୋମ ଓ କପାଳଭାତି ଅଭ୍ୟାସ କରିବା ଦ୍ୱାରା ଶରୀରରେ ବାୟୁ ଚଳାଚଳ ଠିକ ରହିବା ସହ ତ୍ୱଚାର ଚମକ ବୃଦ୍ଧି ପାଇଥାଏ । ଏହାଦ୍ୱାରା ଆପଣଙ୍କ ତ୍ୱଚା ମସୃଣ ଓ ସତେଜ ଦେଖାଯିବ। ଏହା ଶରୀରକୁ ସ୍ଫୁର୍ତ୍ତି ଦେବା ସହ ମସ୍ତିଷ୍କର ସ୍ନାୟକୁ ସକ୍ରିୟ କରିଥାଏ।

ତ୍ରିକୋଣାସନ- ସକାଳୁ ଏହି ଆସନ କରିବା ଦ୍ୱାରା ଆପଣଙ୍କୁ ବେଶ ଭଲ ଫଳ ମିଳିଥାଏ । ଏହାକୁ କରିବା ଦ୍ୱାରା ଆପଣଙ୍କର ମାଂସପେଶୀଗୁଡ଼ିକ ଷ୍ଟ୍ରେଚ ହୋଇ ଆପଣଙ୍କ ଚେହେରାକୁ ଏକ ଗ୍ଲୋ ଦେଇଥାଏ । ପ୍ରତିଦିନ ଏହାକୁ ୫ ମିନିଟ କରିବା ଦ୍ୱାରା ମାତ୍ର ଏକ ସପ୍ତାହ ମଧ୍ୟରେ ଆପଣ ଫରକ ଜାଣି ପାରିବେ ।

ଭରଦ୍ୱାଜାସନ:-ଆପଣଙ୍କ ଶରୀର ଏବଂ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ଏହି ଆସନ ବେଶ ଲାଭଦାୟକ । ଏହାକୁ ନିୟମିତ କରିବା ଦ୍ୱାରା ଏହା ଆପଣଙ୍କ ତ୍ୱଚାକୁ ଏକ ଉଜ୍ଜ୍ୱଳତା ପ୍ରଦାନ କରିବା ସହିତ ଆପଣଙ୍କ ଚେହେରାରୁ ରିଙ୍କଲ ଏବଂ ବ୍ରଣ ମଧ୍ୟ ଦୂର କରିଥାଏ । ଏହା ସହିତ ଏହା ଦ୍ୱାରା ଆପଣଙ୍କର ହଜମ କ୍ରିୟା ମଧ୍ୟ ଠିକ ରହିଥାଏ ।

ଭୁଜଙ୍ଗାସନ:-ଏହି ଆସନ ଲଗାତାର କରିବା ଦ୍ୱାରା ଚେହେରା ଭିତରୁ ଉଜ୍ଜ୍ୱଳ ହୋଇଥାଏ । ଏହା ଦ୍ୱାରା ରକ୍ତ ସଞ୍ଚାଳନ ଠକ ଭାବରେ ହୋଇ କେବଳ ଚେହେରା ନୁହେଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଠିକ ରଖିଥାଏ । ଏପରିକି ଆପଣଙ୍କ ଚେହେରାରୁ ବ୍ରଣ ଏବଂ କଳାଦାଗ ମଧ୍ୟ ଦୂର କରିବାରେ ଏହା ସାହାଯ୍ୟ କରିଥାଏ ।

  • International Yoga Day 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.