International Yoga Day 2024: ଡାଇବେଟିସ୍‌ରୁ ଆରମ୍ଭ କରି ମାଇଗ୍ରେନ୍ ଯାଏ, ଯୋଗ କଲେ ରୋଗରୁ ମିଳେ ମୁକ୍ତି

Published By : Prameya-News7 Bureau | June 20, 2024 IST

ନୂଆଦିଲ୍ଲୀ: ଶରୀର ଏବଂ ମନ-ମସ୍ତିଷ୍କ ପାଇଁ ଯୋଗର ଅନେକ ଲାଭ ରହିଛି । ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ରୋଗଠାରୁ ମଧ୍ୟ ଦୂରେଇ ରଖେ । ପ୍ରତିବର୍ଷ ଜୁନ୍ ୨୧କୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଇଥାଏ । ଯୋଗ କରିବା ଦ୍ୱାରା ମନ ପ୍ରସନ୍ନ ରହିଥାଏ । ତେବେ ଆସନ୍ତୁ ଜାଣିବା ଯୋଗ କରିବା ଦ୍ୱାରା କେଉଁ କେଉଁ ରୋଗ ଦୂର ହୋଇପାରେ ।

ମୋଟାପଣ: ଯୋଗ କରିବା ଦ୍ୱାରା ମୋଟାପଣ ସହ ଜଡିତ ଅନେକ ସମସ୍ୟ ଦୂର ହୋଇଥାଏ । ନିୟମିତ ରୂପେ ଯୋଗ କରିବା ଦ୍ୱାରା ଓଜନ କମ ହୋଇଥାଏ । ମୋଟାପଣ ଦୂର କରିବାର ସବୁଠୁ ଉତ୍ତମ ଯୋଗ ହେଉଛି ତାଡାସନ, ତ୍ରିକୋଣାସନ, ପାଦହସ୍ତାସନ ଏବଂ ପାର୍ଶ୍ୱକୋଣାସନ ।

ଡାଇବେଟିସ୍: ଡାଇବେଟିସର କୌଣସି ଚିକିତ୍ସା ନାହିଁ କିନ୍ତୁ ରକ୍ତ ସର୍କାର ସ୍ତରକୁ ନିୟନ୍ତ୍ରଣ କରିବା ଦ୍ୱାରା ରୋଗକୁ କଣ୍ଟ୍ରୋଲ କରାଯାଇପାରିବ । କିଛି ଆସନ ରହିଛି ଯେଉଁଥି ବ୍ଲଡ୍ ସୁଗରକୁ କଣ୍ଟ୍ରୋଲ କରାଯାଇପାରିବ । ଏଥିରେ କପାଳଭାତି ପ୍ରାଣାୟାମ, ଧନୁରାସନ ଏବଂ ଚକ୍ରାସନ ଡାଇବେଟିସ ସମସ୍ୟାକୁ କମ କରିପାରେ ।

ହାଇପରଟେନ୍ସନ: ଉଚ୍ଚ ରକ୍ତ ଚାପ ଯୋଗୁଁ ଅନେକ ରୋଗ ଶରୀରକୁ ମାଡି ବାସିଥାଏ । ଯୋଗ ଦ୍ୱାରା ହାଇପରଟେନ୍ସନକୁ ଦୂର କରାଯାଇ ପାରିବ । ଯୋଗ ଏବଂ ଧ୍ୟାନରୁ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ଏଥିପାଇଁ ପଶ୍ଚିମୋତ୍ତାସନ, ଶବାସନ, ପ୍ରାଣାୟାମ ଏବଂ ଅଧୋ-ମୁଖଶ୍ୱନାସନ କରିପାରିବେ ।

ମାଇଗ୍ରେନ୍: ମସ୍ତିଷ୍କକୁ ଠିକ୍ ଭାବେ ରକ୍ତ ପ୍ରବାହ ନହେବା ଦ୍ୱାରା ମାଇଗ୍ରେନ ସମସ୍ୟା ହୋଇଥାଏ, ଯାହା ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଯୋଗ ସାହାଯ୍ୟରେ ମସ୍ତିଷ୍କ ଯାଏ ରକ୍ତକୁ ସହଜରେ ପହଞ୍ଚା ଯାଇପାରେ । ଏହାଦ୍ୱାରା ମସ୍ତଷ୍କ ମଧ୍ୟ କାମ କରିଥାଏ । ମାଇଗ୍ରେନରେ ଶୀର୍ଷାସନ ଦ୍ୱାରା ଭଲ ଲାଭ ମିଳିଥାଏ । ଏହା ବ୍ୟତୀତ ଉଷ୍ଟ୍ରାସନ, ବାଲାସନ ଏବଂ ଶବାସନରୁ ମଧ୍ୟ ଲାଭ ମିଳିଥାଏ ।

  • International Yoga Day 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.