ନୂଆଦିଲ୍ଲୀ: ରବିବାର ଏକ ରୋମାଞ୍ଚକର ଫାଇନାଲରେ ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସକୁ ୬ ୱିକେଟରେ ପରାସ୍ତ କରି ଇଣ୍ଡିଆ ମାଷ୍ଟର୍ସ ପ୍ରଥମ ଇଣ୍ଟରନ୍ୟାସନାଲ୍ ମାଷ୍ଟର୍ସ ଲିଗ୍ ଟାଇଟଲ୍ ଜିତି ଇତିହାସ ରଚିଛି । କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱରେ ଇଣ୍ଡିଆ ମାଷ୍ଟର୍ସ ପ୍ରଭାବଶାଳୀ ଅଲରାଉଣ୍ଡ ପ୍ରଦର୍ଶନ କରି ବ୍ରାଏନ୍ ଲାରାଙ୍କ ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସକୁ ପରାସ୍ତ କରିଥିଲା । SVNS ଆନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରାୟ ୫୦,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏହି ସମ୍ମାନଜନକ ଟାଇଟଲ୍ ହାସଲ କରିଥିଲା । ତେବେ ମ୍ୟାଚ୍ ପରେ କେଉଁ ଦଳ ଓ କେଉଁ ଖେଳାଳିଙ୍କୁ କେତେ ଟଙ୍କା ମିଳିଛି ଆସନ୍ତୁ ଜାଣିବା ।
ସଚିନଙ୍କ ସହିତ ଯୁବରାଜ ସିଂହ, ୟୁସୁଫ ପଠାନ ଏବଂ ଇରଫାନ ପଠାନଙ୍କୁ ନେଇ ଗଠିତ ଇଣ୍ଡିଆ ମାଷ୍ଟର୍ସ ଦଳକୁ ପୁରସ୍କାର ବାବଦକୁ ୧ କୋଟି ଟଙ୍କା ମିଳିଛି । ସେହିପରି ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସ ଦଳକୁ ରନର୍ସଅପ୍ ପାଇଁ ୫୦ ଲକ୍ଷ ଟଙ୍କା ମିଳିଛି ।
ମ୍ୟାଚ୍ ଆୱାର୍ଡ
ବ୍ୟାଙ୍କ ଅଫ୍ ବରୋଦା ମାଷ୍ଟରଷ୍ଟ୍ରୋକ୍ ଅଫ୍ ଦି ମ୍ୟାଚ୍: ଅମ୍ବାତି ରାୟୁଡୁ (୯ ଚୌକା) – ୫୦,୦୦୦ ଟଙ୍କା
ମ୍ୟାଚ୍ରେ ସର୍ବାଧିକ ଛକା: ଅମ୍ବାତି ରାୟୁଡୁ (ତିନୋଟି ଛକା) – ୫୦,୦୦୦ ଟଙ୍କା
ଗେମ୍ ଚେଞ୍ଜର୍ ଅଫ୍ ଦ’ ମ୍ୟାଚ୍ : ଶାହବାଜ ନଦୀମ (୪ ଓଭରରେ ୨/୧୨)
ଇକୋନମିକାଲ ବୋଲର: ଶାହବାଜ ନଦୀମ (ଇକୋନମି ରେଟ୍ ୩.୦୦)
ପ୍ଲେୟାର ଅଫ୍ ଦି ମ୍ୟାଚ୍: ଅମ୍ବାତି ରାୟୁଡୁ (୫୦ ବଲ୍ରେ ୭୪ ରନ୍) – ୫୦,୦୦୦ ଟଙ୍କା
ସିଜିନ୍ ଆୱାର୍ଡ
ସିଜିନରେ ସର୍ବାଧିକ ଚୌକା: କୁମାର ସାଙ୍ଗାକାରା - ୩୮ ଚୌକା (୫,୦୦,୦୦୦ ଟଙ୍କା)
ସିଜିନରେ ସର୍ବାଧିକ ଛକା: ସେନ୍ ୱାଟସନ - ୨୫ ଛକା (୫,୦୦,୦୦୦ ଟଙ୍କା)