ଖଣି ଚୋରି ରୋକିବାରେ କ'ଣ ପଦକ୍ଷେପ ନେଇଛନ୍ତି ସରକାର, ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଲେ ବିଭାଗୀୟ ମନ୍ତ୍ରୀ

Published By : Prameya-News7 Bureau | March 18, 2025 IST

ଭୁବନେଶ୍ଵର: ଆଜି ଗୃହରେ ପ୍ରଶ୍ନତ୍ତୋର ସମୟରେ ଉଠିଛି ଖଣି ଚୋରି ପ୍ରସଙ୍ଗ। ଏହି ପ୍ରସଙ୍ଗରେ ବିରୋଧୀ ସଦସ୍ୟ ରାଜ୍ୟ ସରକାରଙ୍କୁ କଡ଼ା ପ୍ରଶ୍ନ କରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଖଣି ଚୋରି ରୋକିବା ପାଇଁ କଣ ପଦକ୍ଷେପ ନିଆଯାଇଛି ଗୃହରେ ଘୋଷଣା କରିବାକୁ ଦାବି କରିଛନ୍ତି। ଏପରିକି ସରକାର ଏଥିପାଇଁ ଟାସ୍କ ଫୋର୍ସ ଗଠନ କରିବାକୁ ଦାବି କରିଛନ୍ତି ବିଜେଡ଼ି ବିଧାୟକ । 

Also read: ସୁଲଭ ଘର ଯୋଜନାରୁ ବଂଚିତ ମଣ୍ଡପ ସାହି ବସ୍ତି ବାସିନ୍ଦା, ମନ୍ତ୍ରୀଙ୍କୁ ଭେଟି ଜଣାଇଲେ ଦାବି

ବିଜେଡି ବିଧାୟକ ଗଣେଶ୍ଵର ବେହେରା କହିଛନ୍ତି ଯେ, ରାଜ୍ୟ ସରକାର ଏକ ଦମ୍ଭୋକ୍ତି କରିଥିଲେ, ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଆପଣେଇବେ। ମାତ୍ର ଶୂନ୍ୟ ସହନଶୀଳତା ନୀତି ବଦଳରେ ଏବେ ପୂର୍ଣ୍ଣ ସହନଶୀଳତା ହୋଇଯାଇଛି | ସୁନାର ଓଡିଶା ଲୁଟ ହେଉଛି | ଦୁର୍ନୀତି ରୋକା ଯାଇ ପାରୁନାହିଁ | ଲଘୁ ଖଣିଜ ପଦାର୍ଥ ବ୍ୟାପକ ଲୁଟ ହେଉଛି | ଖଣି ବିଭାଗ ସଚିବଙ୍କୁ ଚିଠି ଲେଖିଥିଲି, କେନ୍ଦ୍ରାପଡ଼ାରେ ଏକ ଲଘୁ ଖଣିଜ ଲୁଟ ହେଉଛି, ଏନେଇ ଚିଠି ଲେଖିବାରୁ କୌଣସି ଫଳାଫଳ ମିଳିଲା ନାହିଁ | ଲଘୁ ଖଣିଜ ଲୁଟ ହେବାର କାରଣ ଖଣି ଲିଜ ଦିଆଯାଉନାହିଁ, ବିନା ଟିପିରେ ଖଣିଜ ଉଠା ଯାଉଛି ବୋଲି ଗଣେଶ୍ଵର ବେହେରା କହିଛନ୍ତି। 

ବିଜେଡି ବିଧାୟକ କହିଛନ୍ତି  ସରକାର ରାଜସ୍ବ ଲୁଟ ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା କହୁଛନ୍ତି, କିନ୍ତୁ କଥାରେ  ସବୁ ରହି ଯାଉଛି। ରାଜସ୍ୱ ଲୁଟ ହେବ ଆଉ ଆମେ କେମିତି ଆଖି ବୁଜି ଦେବା | ମୁଖ୍ୟ ସଚିବ କହିବା ପରେ କାର୍ଯ୍ୟାନୁଷ୍ଠାନ ହେଉଛି କିନ୍ତୁ ମୂଳ ଅପରାଧୀ ଖସି ଯାଉଛନ୍ତି | କାହିଁକି ଲଘୁ ଖଣିଜ ନିର୍ଦେଶାଳୟର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଶୋଇଛନ୍ତି ? ସରକାର ଏ ଦିଗରେ ନୀରବ କାହିଁକି ? ୬୩୬ ଲଘୁ ଖଣିଜ ଅଛି ତାହାର ନିଲାମ କେବେ କରିବେ? ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ | ସରକାର ଏ ସଂକ୍ରାନ୍ତରେ ଠୋସ ନିଷ୍ପତି ନେବେ କି ? ଦୁର୍ନୀତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ? ସରକାର ଏକ ଟାସ୍କ ଫୋର୍ସ ଗଠନ କରିବେ କି ? ମୁଖ୍ୟମନ୍ତ୍ରୀ ଖଣି ଚୋରି ରୋକିବା ପାଇଁ କଣ ପଦକ୍ଷେପ ନେଇଛନ୍ତି ଗୃହରେ ଘୋଷଣା କରିବେ କି ?  

ଆମର ରାଜସ୍ବହାନି ହେଉଛି ଏବଂ ପଡୋଶୀ ରାଜ୍ୟମାନେ ଆମର ସମ୍ପତ୍ତି ଲୁଟ କରି ନେଉଛନ୍ତି | ବାଲି ଏବେ ମିଳୁ ନାହିଁ | କାମ ଠପ ହୋଇଯାଇଛି ଏବଂ ସମସ୍ତ ବିଧାୟକମାନେ ମଧ୍ୟ ଏହା ଉପଲବଧି କରୁଛନ୍ତି | ଏଥିପାଇଁ ବାଚସ୍ପତିଙଙ୍କୁ ନିବେଦନ କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜସ୍ବ ସଚିବ, ଶିଳ୍ପ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଡାକନ୍ତୁ ଏବଂ ଏନେଇ ଏକ ଆଲୋଚନା ହେଉ |ଆଲୋଚନା କରି ଯେଉଁ ରାଜସ୍ବହାନି ହେଉଛି ତାହାକୁ ରୋକିବାକୁ ବ୍ୟବସ୍ତା କରନ୍ତୁ ବୋଲି କହିଛନ୍ତି।  

ଲଘୁ ଖଣିଜ ଲୁଟ ନେଇ ବିଜେଡି ଅଭିଯୋଗ ଉପରେ ଖଣି ମନ୍ତ୍ରୀ ବିଭୁତି ଜେନା ରଖିଛନ୍ତି ପ୍ରତିକ୍ରିୟା। ଯେଉଁମାନେ ଆଜି କହୁଛନ୍ତି ସେମାନେ ଜାଣିଛନ୍ତି ୨୦୨୩ରେ ରାଜସ୍ୱ ବିଭାଗରୁ ଖଣି ବିଭାଗକୁ ଲଘୁ ଖଣିଜ ଆସିଛି। ଏ ଖଣି ଖାଦାନ ଚୋରା ଚାଲାଣ ଅଟକେଇବା  ମୋ ବିଭାଗର ପ୍ରାଥମିକତା । ଗତ ବର୍ଷ ପେନାଲଟି ବାବଦକୁ ୧୦ କୋଟି ୧୨ ଲକ୍ଷ୍ୟ ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ଜାନୁଆରୀ  ୨୫ ସୁଦ୍ଧା ୪୦କୋଟିରେ ପହଂଚିଲାଣି ଜରିମାନା ରାଶି। ମିନେରାଲର ଚୋରା ଚାଲାଣକୁ ରୋକିବାକୁ ବିଭାଗ ସଚେତନ ଅଛି। ୨୦୦ରୁ ଅଧିକ ନୂଆ ଲିଜ ଦିଆଯାଇଛି। ବହୁ ଶୀଘ୍ର ରାଜସ୍ୱ ବୃଦ୍ଧି କରିବା ନେଇ ଖଣି  ମନ୍ତ୍ରୀ ନିଜର ପ୍ରତିକ୍ରିୟାରେ ଏହା କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.