ତୁଲସୀ ଗବାର୍ଡଙ୍କୁ ମହାକୁମ୍ଭର ପବିତ୍ର ଜଳ ଦେଲେ ମୋଦି, ବଦଳରେ ମିଳିଲା ଉପହାର

Published By : Prameya-News7 Bureau | March 18, 2025 IST

ନୂଆଦିଲ୍ଲୀ ୧୮/୦୩: ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଲସୀ ଗବାର୍ଡ ଓ ପ୍ରଧାନମନ୍ତ୍ରୀ ମୋଦୀ ଭେଟ୍‌ଘାଟ । ସୋମବାର ଦିନ ଥିଲା ଭେଟ୍‌ଘାଟ ଆଲୋଚନା । ତେବେ ଏହି ଦେଖା ସାକ୍ଷାତ ବେଳେ ଉପହାର ଦିଆନିଆ ବି ଚାଲିଥିଲା । ମୋଦୀ ତୁଲସୀଙ୍କୁ ଭେଟିଦେଇଥିଲେ ପ୍ରୟାଗରାଜ ମହାକୁମ୍ଭରୁ ଆଣିଥିବା ଗଙ୍ଗା ଜଳ । 

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସେ ତୁଲସୀ ଗବାର୍ଡଙ୍କୁ ଭାରତରେ ସ୍ୱାଗତ କରି ଖୁସି । ସେ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ଏବଂ ଭାରତ ଉଭୟ ଆତଙ୍କବାଦ ବିରୋଧରେ ଲଢ଼ିବା, ସାମୁଦ୍ରିକ ଓ ସାଇବର ସୁରକ୍ଷା ସହଯୋଗ ବୃଦ୍ଧି କରିବାକୁ ପ୍ରତିଶୃତିବଦ୍ଧ । ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାକୁ ଆଗକୁ ବଢିବ ବୋଲି ସମସ୍ତଙ୍କ ଆଶା । 

ଏହି ସମୟରେ ତୁଲସୀ ଗବାର୍ଡ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରିଟର୍ଣ୍ଣ ଗିଫ୍ଟ ଆକାରରେ ଦେଇଥିଲେ ତୁଳସୀ ମାଳା । ଏହି ଅବସରରେ ମୋଦୀ ତୁଲସୀଙ୍କୁ କହି ଶୁଣାଇଥିଲେ ମହାକୁମ୍ଭ ବିଷୟରେ କିଛି । ପ୍ରଧାନମନ୍ତ୍ରୀ ମୋଦୀ ତୁଲସୀ ଗବାର୍ଡଙ୍କୁ କହିଥିଲେ ଯେ ୨୬ ଫେବୃଆରୀରେ ଅନୁଷ୍ଠିତ ଏହି ଧାର୍ମିକ ସମାବେଶରେ ୬୬ କୋଟିରୁ ଅଧିକ ଲୋକ ଯୋଗ ଦେଇଥିଲେ । ଯାହାକି ଥିଲା ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା । 


ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପୂର୍ବରୁ ତୁଲସୀ ଗବାର୍ଡ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିଲେ । ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ନିଷିଦ୍ଧ ଖଲିସ୍ତାନୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (SFJ) ଦ୍ୱାରା ଆମେରିକୀୟ ମାଟିରେ କରାଯାଉଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.