ବାପା ସାଉଦିର ବଡ ବ୍ୟବସାୟୀ, ପରିବାରର ଆଧିପତ୍ୟ ଥାଇ ବି ପାଲଟିଲା ଆତଙ୍କବାଦୀ

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ ୩୦/୦୯: ଓସାମା ବିନ୍ ଲାଡେନ । ୧୦ ମାର୍ଚ୍ଚ ୧୯୫୭ରେ ସାଉଦି ଆରବର ରିୟାଦରେ ଜନ୍ମ । ବାପାଙ୍କ ନାମ ମହମ୍ମଦ ବିନ୍ ଆୱାଦ ବିନ୍ ଲାଡେନ । ସାଉଦି ଆରବର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ ।  ତାଙ୍କ କମ୍ପାନୀ ମଧ୍ୟପୂର୍ବର ବୃହତ୍ତମ ନିର୍ମାଣକାରୀ କମ୍ପାନୀ ମଧ୍ୟରୁ ଥିଲା ଅନ୍ୟତମ । ସାଉଦି ରାଜ ପରିବାର ସହ ତାଙ୍କର ଥିଲା ଭଲ ସମ୍ପର୍କ । ଜେଦାହ ରାଜା ଅବଦୁଲ ଅଜିଜ ବିଶ୍ୱବିଦ୍ୟାଳୟରୁ ବିଜନେସ୍ ଆଡମିନଷ୍ଟେସନରେ ଥିଲା ପାଠପଢା । କୁହାଯାଏ ଯେ ଓସାମା ପଢା ବେଳେ ଧାର୍ମିକ ମୌଳବାଦ ପ୍ରତି ଆଗ୍ରହ ପ୍ରକାଶ କରିଥିଲା। ଆହୁରି ବି ଜଣେ ସନ୍ତ୍ରାସବାଦୀ ନେତା ଶେଖ ଅବଦୁଲ୍ଲା ଆଜାମଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲା ଲାଡେନ୍ । 
୧୯୭୯ ମସିହା କଥା । ଯେତେବେଳେ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା ସୋଭିଏତ୍ ୟୁନିଅନ୍ । କିଛି ଦିନ ପରେ ଅନେକ ମୌଳବାଦୀ ମୁସଲମାନ ଗୋଷ୍ଠୀରେ ଯୋଗ ଦେଇଥିଲେ ସେ । ସୋଭିଏତ ସଂଘ ସହ ମୁକାବିଲା କରୁଥିବା ଆଫଗାନିସ୍ତାନର କିଛି ଯୁବକଙ୍କୁ  ସାହାଯ୍ୟ କରିବାକୁ ଆଗେଇ ଆସିଥିଲା ଲାଡେନ । ଆଉ ପାକିସ୍ତାନ ପେଶାୱାର ଯାଇ ସଂଗ୍ରହ କରିଥିଲା ଆର୍ଥିକ ସହାୟତା । ଆରବ ଏବଂ ଆଫଗାନିସ୍ତାନ ପରିବାକୁ ଦରକାରଠୁ ଅଧିକ ସାହାଯ୍ୟ ସହଯୋଗ କରିଥିଲା ।ଥିପାଇଁ ଓସାମା ପ୍ରତିଷ୍ଠା କରିଥିଲା ଅଲ କାଏଦା ଭଳି ସଂଗଠନ । 


୧୯୮୯ରେ ଆଫଗାନିସ୍ତାନରୁ ଅଲଗା ହୋଇଥିଲା ସୋଭିଏତ୍ ୟୁନିଅନ୍ । ବ୍ୟବସାୟ ସମ୍ଭାଳିବାକୁ ଓସାମା ପରିବାର ସହ ଚାଲିଆସିଥିଲା ସାଉଦି । ସଂଗଠନ ଅଲ କାଏଦାକୁ ବ୍ୟାପକ କରିବାକୁ ପାଣ୍ଠି ଯୋଗାଡରେ ଲାଗିଥିଲା ଓସାମା । ଧୀରେ ଧୀରେ ବିଶ୍ୱସ୍ତରୀୟ ସଂଗଠନରେ ପରିଣତ ହୋଇଥିଲା ଅଲ କାଏଦା । ଆଫଗାନରେ ସିନା ଏହାର ହେଡ୍ ଅଫିସ୍ ଥିଲାକିନ୍ତୁ ୩୫ରୁ ୬୦ଟି ଦେଶରେ ରହୁଥିଲେ ଏହାର ସ୍ପାଏ । ସଂଗଠନକୁ ଆହୁରି ମଜଭୁତ କରିବାକୁ ଆତଙ୍କବାଦୀଙ୍କ ପାଇଁ ତାଲିମ ଶିବିର କରିଥିଲା ଓସାମା । ଆଉ ସୁଦାନରେ ସୁଦୃଢ କରିଥିଲା ନିଜର ସ୍ଥିତି । 

ଓସାମାର ପ୍ରଥମ ଲକ୍ଷ୍ୟ ଥିଲାମୁସଲମାନ ଦେଶରୁ ଆମେରିକୀୟମାନଙ୍କୁ ବାହାର କରିବା। ସେଥିପାଇଁ ସେ କେବଳ ଆମେରିକୀୟମାନଙ୍କୁ କରୁଥିଲା ଟାର୍ଗେଟ । ୧୯୯୨ରେ ଅଲ କାଏଦା ୟେମେନର ଆଡେନର ଏକ ହୋଟେଲରେ କରିଥିଲା ଫାଷ୍ଟ ଆଟାକ୍ । ଯେଉଁଠି ଆମେରିକୀୟଙ୍କ ବଦଳରେ ଦୁଇଜଣ ଅଷ୍ଟ୍ରେଲୀୟ ପର୍ଯ୍ୟଟକଙ୍କ ହୋଇଥିଲା ମୃତ୍ୟୁ । ପରେ ୧୯୯୩ ମସିହାରେ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବଡ଼ ଧରଣର ଆତଙ୍କୀ ହମଲା । ଟ୍ରକ୍‌ ଦ୍ୱାରା ହୋଇଥିବା ବିସ୍ଫୋରଣରେ ୬ ଜୀବନ ଯିବା ସହ ଆହତ ହୋଇଥିଲେ ଶହ ଶହ ଲୋକ । 

୧୯୯୫ରେଅଲ କାଏଦା ନାଇରୋବି ଓ ତାଞ୍ଜାନିଆର ଡାର-ଏସ-ସଲାମରେ ଆମେରିକାର ଦୂତାବାସ ବାହାରେ ହୋଇଥିଲା ଧମାକା । ଅକାଳରେ ଯାଇଥିଲା ୨୨୫ ଜୀବନ । ଫଳରେ ଆମେରିକାର ଚାପ ବଢିବା ସହ ସୁଦାନ ତାଙ୍କୁ ୧୯୯୬ରେ ବହିଷ୍କାର କରିଥିଲା । ସେଠାରୁ ସେ ନିଜର ୩ ପତ୍ନୀ ଓ ୧୦ ପିଲାଙ୍କ ସହ ଆଫଗାନିସ୍ତାନ ଯାଇ ଆମେରିକୀୟ ସୈନ୍ୟ ବିରୋଧରେ ଘୋଷଣା କରିଥିଲା ଜିହାଦ । ୧୯୯୮ରେଆମେରିକାର ଏକ କୋର୍ଟ ଓସାମାଙ୍କୁ ଦୂତାବାସ ଆକ୍ରମଣ ମାମଲାରେ କରିଥିଲା ଦୋଷୀ ସାବ୍ୟସ୍ତ । ତାଙ୍କ ଉପରେ ଘୋଷଣା ହୋଇଥିଲା ୫୦ ନିୟୁତ ଡଲାର ପୁରସ୍କାର । ୧୯୯୯ଓସାମା ବିନ୍ ଲାଡେନବିଶ୍ୱର ୧୦ ଆତଙ୍କବାଦୀ ତାଲିକାରେ ହୋଇଥିଲା ସାମିଲ୍ ।

୨୦୦୧୧୧ ସେପ୍ଟେମ୍ୱରରେ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଏବଂ ପେଣ୍ଟାଗନ୍‌ର ଟ୍ୱିନ୍‌ ଟାୱାର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଅଲ କାଏଦା । ଏଥିପାଇଁ ଅଲ କାଏଦା ଆତଙ୍କୀମାନେ ପୂର୍ବ ଆମେରିକା ଦେଇ ଯାଉଥିବା ୪ଟି ବିମାନକୁ କରିନେଇଥିଲେ ଅପହରଣ । ଏହି ଦୁଇଟି ବିମାନ ନ୍ୟୁୟର୍କରେ ଥିବା ବିଶ୍ୱ ବାଣିଜ୍ୟ କେନ୍ଦ୍ରର ଖସି ପଡ଼ିଥିଲା । ଚାହୁଁ ଚାହୁଁ ତାସ୍‌ର ଘର ପରି ଭୁଶୁଡି ପଡିଥିଲା ୧୧୦ ମହଲା ସୁଉଚ୍ଚ ଅଟ୍ଟାଳିକା । 

ତୃତୀୟ ବିମାନ ୱାଶିଂଟନ୍ ଡିସି ବାହାରେ ଅବସ୍ଥିତ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ ଉପରେ ଆକ୍ରମଣ କରିଥିଲା। ଚତୁର୍ଥ ବିମାନ ୱାଶିଂଟନ୍ ଡିସିରେ ଥିବା କ୍ୟାପିଟାଲ୍ ବିଲଡିଂ ଉପରେ ଆକ୍ରମଣ କରିଥିଲା ।  କିନ୍ତୁ ଏହା ପେନସିଲଭାନିଆର ଗୋଟିଏ ସ୍ଥାନରେ ପଡିଥିଲା ଖସି । ଆମେରିକାରେ ହୋଇଥିବା ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ ୩ ହଜାରରୁ ଅଧିକ ଲୋକ । ଆଉ ଏସବୁ ପଛରେ ହାତ ଥିଲା ମାଷ୍ଟର ମାଇଣ୍ଡ ଓସାମା ବିନ୍ ଲାଡେନ୍‌ର । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.