ନୂଆଦିଲ୍ଲୀ ୨୫।୧୧: ଆଖି । ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ବର୍ତ୍ତମାନ ସମୟରେ ସମସ୍ତଙ୍କର ପ୍ରାୟ ଆଖି ଖରାପ ହେଉଛି । କିନ୍ତୁ ଏଥିରୁ ବର୍ତ୍ତିବେ କେମିତି ? ଆସନ୍ତୁ ଜାଣିବା… ସାଧାରଣତଃ ଅଧିକ ସମୟ ଫୋନ, ଲାପଟପ୍ ବ୍ୟବହାର କଲେ ଆଖି ଖରାପ ହୁଏ । ଛୋଟ ଛୁଆଠାରୁ ବଡ ସମସ୍ତଙ୍କର ହୋଇଥାଏ ଆଖି ସମସ୍ୟା । ଏହାକୁ ଏଡାଇବା ପାଇଁ ପୁଷ୍ଟିକର ଖାଦ୍ୟ ଗ୍ରହଣ କରନ୍ତୁ ।
ଭିଟାମିନ୍ ‘ଏ’ ଏବଂ ଓମେଗା-୩ ଫ୍ୟାଟି ଏସିଡିର ଭରପୂର ମାତ୍ରାରେ ଥିବା ଖାଦ୍ୟ ଖାଇବା ଉଚିତ୍ । ପାଳଙ୍ଗ,ବ୍ରୋକୋଲି, ଶୋରିଷ ଶାଗ, ଫ୍ୟାଟି ମାଛ, ଚୁନା ମାଛ ଇତ୍ୟାଦିକୁ ଖାଇବା ନିହାତି ଆବଶ୍ୟକ । ଏହାକୁ ଯଦି ଆପଣ ନିୟମିତ ଭାବରେ ଖାଇବେ ତାହେଲ ଆପଣ ଆଖି ସମସ୍ୟାରୁ ମୁକ୍ତି ବହୁତ ଶୀଘ୍ର ପାଇପାରିବେ ।
ଆଖିକୁ ରେଷ୍ଟ ଦେବା ପାଇଁ ସ୍କ୍ରିନରେ ୨୦ ମିନିଟ କାମ କରିବା ପରେ ଆଖିକୁ ୨୦ ସେକେଣ୍ଡ ପାଇଁ ରେଷ୍ଟ ଦିଅନ୍ତୁ । ଲାପଟପରେ କାମ କରିବା ସମୟରେ ସ୍କ୍ରିନଠାରୁ ନିର୍ଦ୍ଦିଷ୍ଟ ଦୂରତା ବଜାୟ ରଖନ୍ତୁ । କାରଣ ଲାପଟପକୁ ଅତି ନିକଟରୁ ଦେଖିବା ଦ୍ବାରା ଆଖି ଉପରେ ଚାପ ପଡିଥାଏ ।
ଏହାସହ ଆଖିରେ ବହୁତ ପ୍ରକାର ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ଲାପଟପ୍ କିମ୍ବା ଫୋନ ବ୍ୟବହାର କରିବା ସମୟରେ ବ୍ରାଇଟନେସକୁ କମ୍ କରି ଦେଖନ୍ତୁ । ନଚେତ୍ ଆପଣଙ୍କ ଆଖି ସମସ୍ୟା ଆହୁରି ବଢ଼ିପାରେ ।