ଘିଅକୁ କରନ୍ତୁ ନିଜର ଗ୍ଲୋଇଂ ସ୍କିନ୍‌ର ସିକ୍ରେଟ୍‌, ଜାଣନ୍ତୁ କିପରି କରିବେ ବ୍ୟବହାର

Published By : Prameya-News7 Bureau | November 25, 2024 IST

ମୁମ୍ଵାଇ ୨୫।୧୧; ଘିଅ ଆପଣଙ୍କ ଖାଦ୍ୟର ସ୍ୱାଦ ବଢାଇବାରେ କାମ କରିଥାଏ । ଏହା ଗୋଲ୍ଡେନ ନ୍ୟୁଷ୍ଟ୍ରିସନରେ ଭରପୂର ଅଟେ, ଯେଉଁଥିରେ ପେଟ ଶକ୍ତିଶାଳୀ କରିବାର ସହିତ ହାର୍ଟକୁ ସୁସ୍ଥ ରଖିବାର ଫ୍ୟାକ୍ଟ ମଧ୍ୟ ଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଘିଅ ତ୍ଵଚାର ଯତ୍ନ ନେବାର ଗୁରୁତ୍ୱପୂର୍ଣ୍ଣ ଅଂଶ ମଧ୍ୟ ହୋଇଛି। ଏହା ତ୍ଵଚାର ସ୍ଥିତିକୁ ଯଥେଷ୍ଟ ଉନ୍ନତ କରିପାରିବ ଏବଂ ଏକ ପରିଷ୍କାର, ଚମକପ୍ରଦ ଚେହେରା ପାଇବାରେ ମଧ୍ୟ ସହାୟକ ହୋଇଥାଏ |

ଘି’ର ଫାଇଦା 

ମଏଶ୍ଚରାଇଜର

ସ୍ନାନ କରିବା ପୂର୍ବରୁ କିମ୍ବା ପରେ ଅଳ୍ପ ପରିମାଣର ଘି ପ୍ରୟୋଗ କରିବା ଦ୍ୱାରା ତ୍ଵଚାରେ ଆର୍ଦ୍ରତା ବଜାୟ ରହିଥାଏ । ଶୀଘ୍ର ଶୁଷ୍କତା ଦୂର ହୋଇଥାଏ । ଘିଅ ଚର୍ମରେ ସହଜରେ ଅବଶୋଷିତ ହୁଏ । ଶୁଷ୍କ ସ୍ଥାନରେ ପ୍ରତିଦିନ ଘିଅ ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ତ୍ଵଚା ଟିସୁ ହାଇଡ୍ରେସନ୍ ଏବଂ ପୁଷ୍ଟିକର ହୋଇଥାଏ ।

ଗ୍ଲୋଇଂ ସ୍କିନ୍‌

ଦୈନିକ ଖାଦ୍ୟରେ ଘିଅ ଅନ୍ତର୍ଭୁକ୍ତ କରିବା ଦ୍ୱାରା ତ୍ଵଚାର ରଙ୍ଗ ବଢାଇଥାଏ । ଏହାର ଚମକ ମଧ୍ୟ ଆଣେ। ଯେଉଁଥିପାଇଁ ଏହା ଏକ ସୁସ୍ଥ ଜୀବନଶୈଳୀର ଏକ ଅଂଶ ଭାବରେ ବିବେଚନା କରାଯାଏ ।ଘିଅରେ ଥିବା ଭିଟାମିନ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଉପାଦାନ ମଧ୍ୟ ଆମ ଶରୀରକୁ ରୋଗରୁ ଦୂରେଇ ରଖେ ।

ଡାର୍କ ସର୍କଲ

ଘିଅ କ୍ଳାନ୍ତ ଆଖିକୁ ଆରାମ ଦେଇଥାଏ। ରାତିସାରା ଆପଣଙ୍କ ଆଖି ଚାରିପାଖରେ ଥିବା ସମ୍ବେଦନଶୀଳ ତ୍ଵଚା ଉପରେ ଘିଅର ଏକ ପତଳା ସ୍ତର ଲଗାଇବା ଏବଂ ଏହାକୁ ଧୀରେ ଧୀରେ ମାଲିସ କରିବା ଦ୍ଵାରା ଡାର୍କ ସର୍କଲ ଦୂର ହୋଇଯାଇଥାଏ। 

ଆଣ୍ଟି-ଏଜିଂ

ଭିଟାମିନ୍ ଏ, ଡି ଏବଂ ଇ ଘିଅରେ ପ୍ରଚୁର ପରିମାଣରେ ମିଳିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ। ଯାହା ତ୍ଵଚାର ଇଲାସ୍ଟିସିଟି ବଜାୟ ରଖିବାରେ ସାହାଯ୍ୟ କରେ। ଏହାକୁ ନିୟମିତ ବ୍ୟବହାର କରିବା ଦ୍ୱାରା କୁଞ୍ଚିତକୁ ହ୍ରାସ କରିଥାଏ ଏବଂ ତ୍ଵଚାକୁ ଯୁବା ଦେଖାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.