ନୂଆଦିଲ୍ଲୀ ୨୧।୧୧: ସାରା ବିଶ୍ୱରେ ରହିଛନ୍ତି ଅନେକ ବାବା । ଯାହାଙ୍କ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଥାଏ । କିନ୍ତୁ ଏପରି ଜଣେ ବାବା ରହିଥିଲେ ଯିଏକି ନିଜ ମୃତ୍ୟୁର କରିଥିଲେ ଭବିଷ୍ୟବାଣୀ । ଏହି ବାବାଙ୍କ ନାଁ ଥିଲା ଭେଙ୍ଗା । ସେ ଥିଲେ ଜଣେ ମହିଳା । ସେ ସାରା ବିଶ୍ୱରେ ଭେଙ୍ଗା ବାବା ନାଁରେ ଜଣାଶୁଣା ।
୧୯୯୦ରେ ଏକ ଇଣ୍ଟରଭ୍ୟୁ ସମୟରେ ବାବା ଭେଙ୍ଗା ନିଜ ମୃତ୍ୟୁ ୧୧ ଅଗଷ୍ଟ ୧୯୯୬ରେ ହେବା ନେଇ କରିଥିଲେ ଭବିଷ୍ୟବାଣୀ । ଆଶ୍ଚର୍ଯ୍ୟଜନକ କଥା ହେଉଛି ବାବା ଭେଙ୍ଗା ସେହି ଦିନ ଅର୍ଥାତ୍ ୧୧ ଅଗଷ୍ଟ ୧୯୯୬ରେ ମୃତ୍ୟୁବରଣ କରିଥିଲେ । ଯାହା ସେ ପୂର୍ବରୁ କରିଥିଲେ ଭବିଷ୍ୟବାଣୀ ।
୧୯୧୧ ମସିହାରେ ଜନ୍ମ ହୋଇଥିବା ବାବା ଭେଙ୍ଗାଙ୍କର ପୂରା ନାଁ ଥିଲା ଭେଙ୍ଗେଲିଆ ପାଣ୍ଡେଭା ଗୁଷ୍ଟେରୋଭା । ମାତ୍ର ୧୨ବର୍ଷ ବୟସରେ ଏକ ତୁଫାନରେ ଫସି ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ଦୃଷ୍ଟିଶକ୍ତି ହରାଇବା ପରେ ସେ ପୂର୍ବାନୁମାନ କରିବାର ଶକ୍ତି ବଢିବାକୁ ଲାଗିଥିଲା ।
ସେ ଭବିଷ୍ୟବାଣୀ କରିବା ଆରମ୍ଭ କରିଥିଲେ । ଆଉ ଏହା ସତ ପ୍ରମାଣିତ ହୋଇଥିଲା । ବାବା ଭେଙ୍ଗାଙ୍କ ଜୀବନର ଅଧିକାଂଶ ସମୟ ବୁଲଗେରିଆରେ ବିତିଥିଲା । ସେ ଦୁନିଆର ଅନେକ ବିଷୟ ଉପରେ ଭବିଷ୍ୟବାଣୀ କରିବା ସହିତ ନିଜଙ୍କ ମୃତ୍ୟୁ ତାରିଖର ମଧ୍ୟ କରିଥିଲେ ଭବିଷ୍ୟବାଣୀ ।